ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଚନ୍ଦକାକୁ ସରପ୍ରାଇଜ ଭିଜିଟ୍, ଫୁଟ୍ ପେଟ୍ରୋଲିଂ ଜୋରଦାର ହେଉନଥିବାରୁ ଅଧିକାରୀଙ୍କୁ କଲେ ତାଗିଦ୍
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଚନ୍ଦକାକୁ ସରପ୍ରାଇଜ ଭିଜିଟ୍। ଚନ୍ଦକାର କୁମାରଖୁଣ୍ଟି,ଆମ୍ବିଲୋକୁ ଯାଇଥିଲେ ମନ୍ତ୍ରୀ ଆରୁଖ। ପରିଦର୍ଶନ ବେଳେ କ୍ଷେତ୍ରୀୟ ବନ ତାଗିଦ୍ କରିଛନ୍ତି ମନ୍ତ୍ରୀ ବିକ୍ରମ ଆରୁଖ। ଫୁଟ୍ ପେଟ୍ରୋଲିଂ ଜୋରଦାର କାହିଁକି ହେଉନି ବୋଲି ପ୍ରଶ୍ନ କରିଥିଲେ ମନ୍ତ୍ରୀ। ମନ୍ତ୍ରୀଙ୍କ ପ୍ରଶ୍ନରେ ହଡ଼ବଡେଇ ଯାଇଥିଲେ କ୍ଷେତ୍ର ଅଧିକାରୀ। ଫୁଟ୍ ପେଟ୍ରୋଲିଂ ବଢାଇବା , ହାତୀ ସଂରକ୍ଷଣ ପାଇଁ ଆସୁଥିବା ଅର୍ଥର ସୁବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।