ପୁଷ୍ପା ଷ୍ଟାଇଲରେ ଅଧିକାରୀଙ୍କ ଉପରେ ଆକ୍ରମଣ, ହାତୀ ଦାନ୍ତ ମାଫିଆଙ୍କୁ କାବୁ କଲା ବନ ବିଭାଗ
ରାୟାଗଡ଼ା: ସବୁଠାରେ ଏବେ ଫିଲ୍ମ ପୁଷ୍ପାକୁ ନେଇ ଚର୍ଚ୍ଚା । ଲାଲ ଚନ୍ଦନ କାଠ ଚୋରିର ଏହି କାହାଣୀ ଏବେ ଦର୍ଶକଙ୍କ ମନ କିଣିଛି । ତେବେ ମାଫିଆମାନେ ବି ଏହି ଫିଲ୍ମ ଷ୍ଟାଇଲରେ ଏବେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଲେଣି । ପୁରା ରିଲ୍ ଭଳି ରିୟଲ୍ ରେ ବୁଦ୍ଧି ଖଟାଉଛନ୍ତି ଏହି ମାଫିଆମାନେ । ଯାହାର ଏକ ଉଦାହରଣ ଏବେ ସମସ୍ତଙ୍କୁ ଚକିତ କରିଛି । ବନ ବିଭାଗ ଅଧିକାରୀଙ୍କୁ ଟାର୍ଗେଟ କରି ଗୁଳି ଚଳନା କରିଛନ୍ତି ମାଫିଆ । ରାୟାଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ।
ଯାହା ସୂଚନା ମିଳିଛି କି, ରାୟାଗଡ଼ା ଜିଲ୍ଲା ମୁନିଗୁଡା ବନ ବିଭଗ କୁ ମିଳିଛି ବହୁତ୍ ବଡ ସଫଳତା । ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ମାଫିଆଙ୍କୁ କାବୁ କରିଛି ମୁନିଗୁଡା ବନ ବିଭାଗ । ଘଟଣାସ୍ଥଳରୁ ୫ ଜଣ ମାଫିଆଙ୍କୁ କାବୁ କରିବା ପରେ ତଦନ୍ତ ପାଇଁ ବନ ବିଭାଗ ଟିମ୍ ଗାଁରେ ପହଞ୍ଚିବା ବେଳେ ପୁଷ୍ପା ଷ୍ଟାଇଲରେ ଅଧିକାରୀଙ୍କ ଉପରକୁ ଅତର୍କିତ ଗୁଳି ଚାଳନା ହୋଇଥିଲା । କିନ୍ତୁ ଚତୁରତାର ସହ ନିଜ ଜୀବନ ବଞ୍ଚାଇ ଖସି ଆସିଥିଲେ ବନ ବିଭାଗ ଟିମ୍ ।
ସୂଚନା ଅନୁଯାୟୀ ରାୟଗଡ଼ା ବନଖଣ୍ଡ ମୁନିଗୁଡା ରେଞ୍ଜ ମାଲିମୁଣ୍ଡା ଓ ଜାରପା ଗ୍ରାମର କିଛି ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶଗଡ଼ ରାଜ୍ୟର ବେପାରୀ ସହିତ ଯୋଗାଯୋଗ କରିଥିବାବେଳେ ଛତିଶଗଡ଼ ରାଜ୍ୟର ବନ ବିଭାଗ ଟିମ୍ ମାଫିଆଙ୍କ ପିଛା କରିବା ସହ ରାୟଗଡ଼ା ଜିଲ୍ଲା ବନ ବିଭାଗକୁ ଖବର ଦେଇଥିଲା । ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ରେଞ୍ଜରଙ୍କ ସମେତ ଅମ୍ୱାଦଳା ଓ ମୁନିଗୁଡା ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଦାନ୍ତ ବେପାରବେଳେ ହାତୀ ଦାନ୍ତ ସହ ୫ ଜଣ ମାଫିଆ ମାନଙ୍କୁ କାବୁ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।
ତେବେ ମାଫିଆ ମାନଙ୍କ ସହିତ ଆଉ କିଏ କିଏ ସାମିଲ ହୋଇଛନ୍ତି ସେମାନଙ୍କୁ ଖୋଜିବା ପାଇଁ ବନ ବିଭାଗୀୟ ଅଧିକାରୀଙ୍କ ସହ କର୍ମଚାରୀ ମାନେ ମୁନିଗୁଡା ରେଞ୍ଜ ସିବପଦର ପଞ୍ଚାୟତ ଯାରପା ଗ୍ରାମରେ ପହଞ୍ଚିଥିଲେ ତଦନ୍ତ କରିବା ପାଇଁ କିନ୍ତୁ ସେହି ସମୟରେ କିଛି ଦୁବୃର୍ତ୍ତ ଅତର୍କୀତ ଆକ୍ରମଣ କରିବା ଉଦ୍ଦେଶ୍ୟ ଘର ଭିତରକୁ ଦୌଡ଼ି ଯିବା ବେଳେ ବନବିଭାଗ କର୍ମଚାରୀ ମାନେ ସନ୍ଦେହ କରି ଗାଡି ଭିତରେ ବସି ଯିବାକୁ ଚେଷ୍ଟା କରିବା ସମୟରେ ପୁଷ୍ପା ଷ୍ଟାଇଲରେ ଗାଡି ସମ୍ମୁଖରୁ ୪ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜଣାପଡିଛି । ତେବେ ନିଜ ଜୀବନ ବଞ୍ଚାଇ ବନ ବିଭାଗ କର୍ମଚାରୀ ମାନେ ସେଠାରୁ ବାହାରି ଆସିଥିବାବେଳେ, ଏହି ବିଷୟରେ ଅଧିକାରୀ ମାନଙ୍କ ଠାରୁ କୌଣସି ବିଶେଷ ସୂଚନା ମିଳିପାରି ନାହିଁ ।