ଓଡ଼ିଶାର ପ୍ରଥମ ଇକୋ ଭିଲେଜ୍‌ ସୃଷ୍ଟି କଲେ ଏହି ଫରେଷ୍ଟ ଅଫିସର, ଗ୍ରାମବାସୀଙ୍କୁ ୨ କୋଟି ରୋଜଗାର କରାଇବାରେ ସାହାଯ୍ୟ କଲେ

ସାତକୋଶିଆ ନିକଟବର୍ତ୍ତୀ ମହାନଦୀ କୂଳରେ ଅବସ୍ଥିତ ଏହି ଛୋଟିଆ ଗାଁ ହେଉଛି ମୁଦୁଲିଗାଡିଆ । ଗାଁ ଟି ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଥିବା ବେଳେ ମାତ୍ର ୩୫ ଘରକୁ ନେଇ ଗାଁଟି ଗଠିତ । ୨୦୧୯ରେ ଗାଁଟି ଇକୋ ଭିଲେଜର ଏକ ସ୍ୱତନ୍ତ୍ର ମାନ୍ୟତା ପାଇଛି ।

forester-1

ପ୍ରଦୂଷଣ ଶୂନ୍ୟ ଏହି ଗାଁଟି ଆତ୍ମ ନିର୍ଭରଶୀଳ ହେବା ସହ ଶତ ପ୍ରତିଶତ ଇକୋ ଫ୍ରେଣ୍ଡ୍‌ଲି ଅଟେ । ଏଥିପାଇଁ ଗାଁର ଲୋକଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ କାର୍ଯ୍ୟକୁ ଶ୍ରେୟ ଦିଆଯିବ । ଏହି ଇକୋ ଗାଁ ପ୍ରତିଷ୍ଠା କରିବାରେ ମହାନଦୀ ଓ୍‌ାଇଲ୍ଡ ଲାଇଫ୍‌ ଡିଭିଜନ୍‌ ର ଫରେଷ୍ଟ ଅଫିସର ଅଂଶୁ ପ୍ରଜ୍ଞା ଦାସଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଶ୍ରେଷ୍ଠ ଭାରତ ଗଠନ ନେଇ ଏହି ଇକୋ ଭିଲେଜ ପ୍ରୋଜେକ୍ଟରେ ଫରେଷ୍ଟର ଅଂଶୁଙ୍କ ଅବଦାନ ଅତୁଳନୀୟ ।

forester-2

୨୦୧୬ ମସିହାରୁ ସାତକୋସିଆ ନିକଟର ଥିବା ଏହି ଛୋଟ ଗାଁଟିର ପ୍ରାୟ ୪୫ଟି ଇକୋ ଟୁରିଜିମ୍‌ ପ୍ରକଳ୍ପ ବିକଶିତ କରାଯାଇଛି । ଯାହାର ଦେଖା ଶୁଣା ଗାଁ ଲୋକମାନେ କରୁଛନ୍ତି । ଏହି ଇକୋ ଟୁରିଜିମ୍‌ ସ୍ପଟ୍‌ଗୁଡ଼ିକ ଯେଉଁ ଅର୍ଥ ଦେଉଛି ସେଥିରେ ଗାଁ ଲୋକଙ୍କ ଗୁଜୁରାଣ ମେଣ୍ଟି ଯାଉଛି ।

forester-3

ଗାଁ ଲୋକଙ୍କୁ ଆଉ ଆଗ ପରି ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିବାକୁ ପଡୁନାହିଁ । ଓଡ଼ିଶା ମଡେଲ୍‌ର ଏହି ଇକୋଟୁରିଜିମ୍‌ ଭାରତର ଏକମାତ୍ର ଗୋଷ୍ଠୀ ଭିତ୍ତିକ ମଡେଲ୍‌ ଯେଉଁଠି ପର୍ଯ୍ୟଟନର ୮୦ ପ୍ରତିଶତ  ରାଜସ୍ୱ ଗାଁର ଲୋକଙ୍କ ପାଖକୁ ଯାଇଥାଏ ।

ଆଉ ୨୦ ପ୍ରତିଶତ ରାଜସ୍ୱ ଟୁରିଷ୍ଟ ସ୍ପଟ୍‌ର ବିକାଶ ଓ ମରାମତିରେ ଖର୍ଚ୍ଚ ହୋଇଥାଏ । ଏହି ୮୦ ପ୍ରତିଶତ ରାଜସ୍ୱରୁ ୧୦ ପ୍ରତିଶତ ଗାଁ ବିକାଶ ପାଇଁ ଖର୍ଚ୍ଚ ହୋଇଥାଏ । ଇକୋ- ଭିଲେଜ୍‌ ସୃଷ୍ଟି ହେଲା ପରେ ଏହି ଗାଁ ଲୋକଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଘଟିଛି ।

forester-4

ଆଗ ଭଳି ଲୋକେ ଆଉ ସବୁ କାର୍ଯ୍ୟ ପାଇଁ ନଦୀକୁ ଯାଉ ନାହାଁନ୍ତି । ନିଜ ଘରେ ପାଇଖାନା କରିବା ସହ ସବୁଠି ଅଳିଆ ନପକାଇ ଗାଁରେ ଡଷ୍ଟବିନ ବ୍ୟବହାର କରୁଛନ୍ତି । ଗାଁଟି ଏବେ ଶତ ପ୍ରତିଶତ ପଲିଥିନ ମୁକ୍ତ ହୋଇଛି । ଇକୋ ଭିଲେଜ ଗାଁ ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି ।

forester-5

ଅର୍ଥନୈତିକ ଅଭିବୃଦ୍ଧି ବ୍ୟତୀତ ଏହି ପ୍ରୋଜେକ୍ଟ ଗାଁର ସାମାଜିକ ଓ ସାଂସ୍କୃତିକ ପ୍ରତିଛବିକୁ ଉଜ୍ଜୀବିତ କରିଛି । ପ୍ରତିବର୍ଷ ଏହି ପ୍ରୋଜେକ୍ଟ ଯୋଗୁ ବାର୍ଷିକ ୧ କୋଟି ଟଙ୍କା ଆୟ ହେଉଛି । ଯାହାଦ୍ୱାରା ପ୍ରତି ପରିବାର ମାସିକ ୧୫ ହଜାର ଟଙ୍କା ପାଇ ସେମାନଙ୍କର ପରିବାର ପ୍ରତିପୋଷଣ କରିପାରୁଛନ୍ତି ବୋଲି ଫରେଷ୍ଟର ଦାସ କହିଛନ୍ତି ।

Leave A Reply

Your email address will not be published.