ବେଶୀ ସମୟ ରହିଲାନି ଖୁସି, ବନ ବିଭାଗ ଶୁଆ ନେଇଗଲେ ନନ୍ଦନକାନନ

ଭୁବନେଶ୍ୱର(କେନ୍ୟୁଜ) : ହଜି ଯାଇଥିବା ଶୁଆ କୋକୋ ଫେରି ପାଇଲେ ସସ୍ମିତା । ହେଲେ ଖୁସି ବେଶୀ ସମୟ ରହିଲା ନାହିଁ । ଖବର ପାଇ ବନ ବିଭାଗ ଟିମ୍‌ ପହଞ୍ଚିଲା ସସ୍ମିତାଙ୍କ ଘରେ । ଶୁଆକୁ ଉଦ୍ଧାର କରି ସାଙ୍ଗରେ ନେଇଗଲେ। କୋକୋକୁ ହସ୍ତାନ୍ତର କରିବା ବେଳେ ଭାବବିହ୍ଵଳ ହୋଇଥିଲେ ସସ୍ମିତା । ବନ୍ୟଜନ୍ତୁଙ୍କୁ ଘରେ ରଖିବା ଦଣ୍ଡନୀୟ ଅପରାଧ । ତେଣୁ ବାଧ୍ୟ ହୋଇ ଶୁଆଟିକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସସ୍ମିତା ।

ପାଖାପାଖି ବର୍ଷେ ହେବ ଶୁଆଟିକୁ ପୋଷିଥିଲେ ସସ୍ମିତା । ଶରଧାରେ ନାଁ ଦେଇଥିଲେ କୋକୋ । ପିଞ୍ଜରାରେ ନରଖି ଖୋଲାରେ ରହୁଥିଲା ଶୁଆ । କିନ୍ତୁ ଶୁଆଟି ହଜିଯାଇଥିଲା। ଶୁଆ ହଜିବା ଦୁଃଖରେ ସସ୍ମିତାଙ୍କ ପରିବାର ବର୍ଗ ଲିଫ୍ଲେଟ ବାଣ୍ଟିବା ସହ ୫ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

୧୨ ଦିନ ପରେ ଉଦ୍ଧାର ହୋଇଥିଲା ଶୁଆ । କେଶୁରା ନିକଟ ମନୋଜ କୁମାର ସ୍ୱାଇଁଙ୍କ ଘରୁ ଉଦ୍ଧାର ହୋଇଥିଲା ଶୁଆ। ବର୍ଷାରେ ଓଦା ହୋଇ କୋକୋକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ମନୋଜ ସ୍ୱାଇଁଙ୍କ ସ୍ତ୍ରୀ ମାମିନା ପ୍ରଧାନ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଫେରାଇ ଦେଇଥିଲେ ।

Leave A Reply

Your email address will not be published.