ଘଉଡାଉଥିବାବେଳେ ଅଘଟଣ: ହାତୀ ଆକ୍ରମଣରେ ଫରେଷ୍ଟ ସ୍କ୍ବାଡ ଆହତ

ଦେବଗଡ଼: ଘଉଡାଉଥିବାବେଳେ ଆକ୍ରମଣ । ହାତୀ ଆକ୍ରମଣରେ ଫରେଷ୍ଟ ସ୍କ୍ବାଡ ଆହତ ହୋଇଛନ୍ତି । ଦେବଗଡ଼ ରିଆମାଳ ଫରେଷ୍ଟ ରେଞ୍ଜ ସଂଘାପୋଷି ଗାଁରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛି ଦନ୍ତା । ଗତକାଲି ରାତିରେ ଫରେଷ୍ଟ ସ୍କ୍ବାଡ ନାରାୟଣ ସାହୁ ହାତୀ ଘଉଡାଇବା ପାଇଁ ଯାଇଥିବାବେଳେ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ ନାରାୟଣ ଏକ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ନାରାୟଣଙ୍କୁ ହାତୀ ତଳେ କଚାଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତ ଦୁଇ ଦିନ ତଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ତେବେ ନରହନ୍ତା ଦନ୍ତାହାତୀକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତେଜନା ଦେଖାଦେଇଛି ।

 

You might also like