କେତେ ସୁରକ୍ଷିତ ଶିମିଳିପାଳ? ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର, ଉଦ୍ଧାର କରିବାକୁ ଲାଗିଗଲା ୧୨ଘଣ୍ଟା

ଉଦଳା(କେନ୍ୟୁଜ୍) : ଶିମିଳିପାଳରେ ଚାଲିଛି ଅଖଣ୍ଡ ଶିକାର । ଶିକାରୀମାନେ ରୀତିମତ ଶିକାର ଚଳାଇଛନ୍ତି । ଯାହାର ଏକ ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସିଛି । ଯାହା ଦେଖିଲେ ଆପଣ ବି ବୁଝିଯିବେ ଶିମିଳିପାଳ କେତେ ସୁରକ୍ଷିତ ଏବଂ କେମିତି ଚାଲିଛି ଶିକାର । ଗତକାଲି ଡୁକୁରା ରେଞ୍ଜ ଭଞ୍ଜବସା ଅଂଚଳରେ ଶିମିଳିପାଳ ଭିତରେ ପେଟ୍ରୋଲିଂ ପାଇଁ ଯାଇଥିଲେ ୬ ଜଣ ବନ କର୍ମଚାରୀ । ସେମାନଙ୍କ ମଧ୍ୟରେ ସବୁଜ ବାହିନୀ କର୍ମଚାରୀ ସୁନାରାମ ସିଂ ମଧ୍ୟ ଥିଲେ । ହେଲେ ଭଞ୍ଜବସା ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ସେଠାରେ ଦୁଇ ଗୋଟି କୁଟାରୀ ଶିକାର କରିଥିବା ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଦେଖିବା ପରେ ଆଖିବୁଜା ଗୁଳି ଚଳାଇଥିଲେ ।

ଦେଶୀ ବନ୍ଧୁକରେ ବନ କର୍ମଚାରୀଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇବା ଫଳରେ ସବୁଜ ବାହିନୀ କର୍ମଚାରୀ ସୁନାରାମଙ୍କ ଦୁଇ ଜଙ୍ଘରେ ୩ ରୁ ଅଧିକ ଗୁଳି ବାଜିଥିଲା ଏବଂ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ୫ ରୁ ଅଧିକ ଶିକାରୀ ଖସି ଚାଲିଯାଇଥିଲେ । ସେପଟେ ଗୁଳି ମାଡରେ ଗୁରୁତର ହୋଇ ସେଠାରେ ପଡି ରହିଥିଲେ ସୁନାରାମ ।

ଖବର ପାଇ ବନବିଭାଗ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଉଦ୍ଧାର କରିବାର ଚେଷ୍ଟା ଆରମ୍ଭ କରିଥିବା ବେଳେ ଗତକାଲି ସନ୍ଧ୍ୟା ୫ ଟାରୁ ଆଜି ଭୋର ୫ ଟା ଦୀର୍ଘ  ୧୨ ଘଂଟା ଲାଗିଯାଇଥିଲା  ଉଦ୍ଧାର କରିବାରେ । ଶେଷରେ ଗୁରୁତର କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.