୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା, ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ବେଳେ ଘଟିଥିଲା ଅଘଟଣ

କାମାକ୍ଷାନଗର : ୧୦ ଘଣ୍ଟା ପରେ ଫେରିଲା ଟ୍ରାଙ୍କୁଲାଇଜ୍ ଇଞ୍ଜେକସନ ବାଜିଥିବା ଫରେଷ୍ଟରଙ୍କ ଚେତା ।  ଗତକାଲି ଢେଙ୍କାନାଳ କାମାକ୍ଷାନଗର କେରଜୁଳି ଗାଁରେ ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବାକୁ ଯାଇ ଫରେଷ୍ଟର ଦୀପକ ସାହୁ ଗୁରୁତର ହୋଇଥିଲେ ।  ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବାକୁ ଥିବା ଇଞ୍ଜେକସନ୍ ଫରେଷ୍ଟରଙ୍କ ଦେହରେ ବାଜିଥିଲା ।  ଢେଙ୍କାନାଳରେ ICU ସୁବିଧା ନଥିବାରୁ SCB ଅଣାଯାଇଥିଲା ।  ସେଠାରେ ସେ ଚେତାଶୂନ୍ୟ ହୋଇଯାଇଥିଲେ ।  କଟକ ଏସସିବିରେ ଚିକିତ୍ସିତ ହେବା ପରେ ୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା ଫେରିଲା ।  ଏବେ ସେ ସୁସ୍ଥ ଥିବା ମଧ୍ୟ ସୂଚନା ମିଳିଛି ।

ସୂଚନା ଅନୁସାରେ କେରଜୋଳି ଗ୍ରାମରେ ଉପଦ୍ରବ କରୁଥବା ଭାଲୁ ଲୋକଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଉଥିବାରୁ ଭାଲୁକୁ ନେଇ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ତେଣୁ ଭାଲୁର ଗତିବିଧିକୁ ନିରୀକ୍ଷଣ କରି ଭାଲୁକୁ ଟ୍ରାଙ୍କୁଲାଇଜର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବନବିଭାଗର ଜଣେ କର୍ମଚାରୀ ଭାଲୁକୁ ଟ୍ରାଙ୍କୁଲାଇଜର କରୁଥିବା ବେଳେ ସେଠାରେ ଉପସ୍ଥିତ ଫରେଷ୍ଟର ଦୀପକ ସାହୁଙ୍କ ଦେହରେ ବାଜିଥିଲା।  ଚେତା ଫେରିବା ସହ ଫରେଷ୍ଟର ଏବେ ସୁସ୍ଥ ଥିବା ସୂଚନା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like