ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବାଙ୍କୀ ଫରେଷ୍ଟର ବିଜୟ କୁମାର କୋଠି ନିଲମ୍ବିତ ହୋଇଥିବା ଜଣାଯାଇଛି। ରାଉରକେଲା ଡି ଏଫ ଓ ସଞ୍ଜୟ କୁମାର ସ୍ବାଇଁ ତାଙ୍କୁ ନିଲମ୍ବନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଏକ ଜବତ ଗାଡ଼ିକୁ ରିଲିଜ କରିବା ପାଇଁ ଗତ ୧୯ ତାରିଖରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ଫରେଷ୍ଟର ବିଜୟ କୁମାର କୋଠି।