କରୋନା କଥା ଛାଡ଼ନ୍ତୁ ଏଠି ହାତୀକୁ ବି ଡରୁନାହାନ୍ତି ଲୋକେ, ଚାଲିଛି ହାତୀ ସଙ୍ଗେ ସେଲ୍ଫି

ଥରେ ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । ଏହା କୌଣସି ଚିଡ଼ିଆଖାନା କିମ୍ବା ସର୍କସର ଦୃଶ୍ୟ ନୁହେଁ । ଏହା ହେଉଛି ଓଡ଼ିଶାରେ ସବୁଠାରୁ ଅଧିକ ହାତୀ ଉପଦ୍ରଵ କରୁଥିବା ଅଂଚଳ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଦୃଶ୍ୟ । ଏହାକୁ ଦେଖିବା ପରେ ଆପଣ ବୁଝିପାରୁଥିବେ ଯେ ଆମ ଲୋକମାନେ କେତେ ସଚେତନ । ଠିକଅଛି କରୋନାକୁ ଭୟନାହିଁ ସେଥିପାଇଁ ମାସ୍କ କି ସୋସିଆଲ ଡିଷ୍ଟାନ୍ସସିଂ ନାହିଁ କିନ୍ତୁ ଅନ୍ତତଃ ହାତୀକୁ ତ ଡରିବା କଥା କି ନୁହେଁ ?

ଆପଣ ଅନେକ ଥର ଖବରକାଗଜରେ ନଚେତ ଟିଭିରେ ଦେଖିଥିବେ ବିଶେଷ କରି ମାଲକାନଗିରିର କରଞ୍ଜିଆ ଅଂଚଳରେ ହାତୀମାନଙ୍କ ଉପଦ୍ରଵ ବିଷୟରେ । କେତେବେଳେ ହାତୀ କାହାଘର ଉଜାଡି ଦେଇଛି ତ କେତେବେଳେ ଫସଲ ତ ଆଉ କେତେବେଳେ କୋଉ ଲୋକକୁ ଦଳି ଚକଟି ଦେଇଛି । ହାତୀ ଆକ୍ରମଣରେ ମଣିଷ ମରିଯିବା କଥା ତ ଆପଣ ନିଶ୍ଚିନ୍ତ ଶୁଣିଥିବେ । ଆଜ୍ଞା ହଁ ଏହା ହେଉଛି ସେହି ଅଂଚଳର ଦୃଶ୍ୟ ଯେଉଁଠି ସବୁଠାରୁ ଅଧିକ ହାତୀ ଉପଦ୍ରଵ ହୋଇଥାଏ କିନ୍ତୁ ଏଠାରେ ଦୃଶ୍ୟ କିଛି ଅଲଗା । ହାତୀପଲକୁ ଦେଖିବା ପାଇଁ ଯାତ୍ରା ପରି ଭିଡ଼ । କିଏ ସେଲ୍ଫି ନେଉଛି ତ ଆଉ କିଏ ଟେକା ପଥର ଫିଙ୍ଗୁଛି ।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକଥର ଝାଡ଼ଖଣ୍ଡରୁ ହାତୀ ଆସିଥାନ୍ତି । ଏହି କିଛିଦିନ ପୂର୍ବରୁ ଆସିଛନ୍ତି 17 ଟିକିଆ ହାତୀପଲ । ଆଉ ଏହି 17 ଟିକିଆ ହାତୀପଲକୁ ଦେଖିବାକୁ ଛୁଟିଛି ଲୋକଙ୍କ ସୁଅ । ତେବେ ହାତୀ ଦେଖିବାକୁ ଆସୁଥିବା ହଜାର ହଜାର ଲୋକଙ୍କ ଠାରେ ନା ଅଛି ମାସ୍କ ନା ସାମାଜିକ ଦୂରତା । କରୋନା କଥା ଛାଡ଼ନ୍ତୁ, ହାତୀପଲଙ୍କ ଅତି ନିକଟରୁ କିଏ ନେଉଛି ସେଲ୍ଫି ତ ଆଉ କିଏ ତାଙ୍କୁ ବିରକ୍ତ କରୁଛି । କିଛି କିଛି ଲୋକ ତ ଜଙ୍ଗଲ ଭିତରେ ପଶି ସେମାନଙ୍କୁ ଘଉଡେଇବା ପାଇଁ ବି ଉଦ୍ୟମ କରୁଛନ୍ତି । ଜିଲ୍ଲା ପ୍ରଶାସନ ସାପ୍ତାହିକ ବାଟ ବନ୍ଦ କରିଛି ସତ କିନ୍ତୁ ଏଠି ଭିଡ଼ ହିଁ ଭିଡ଼ । ଗୋଟିଏ ପଟେ କରଞ୍ଜିଆ DFO 24 ଘଣ୍ଟା ହାତୀପଲକୁ ସୁରକ୍ଷା ଦେଉଥିବା କହୁଥିବା ବେଳେ ଅନ୍ୟପଟେ ହାତୀପଲ ପାଖରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.