ରାଜଧାନୀରେ ବିକ୍ରି ହେଉଥିବା ମାଛରେ ମିଳିଲା ଫର୍ମାଲିନ

ଭୁବନେଶ୍ୱରରେ ସଂଗୃହିତ ପାମ୍ପ୍ଲେଟ ମାଛ ନମୁନାରୁ ମିଳିଲା ଫର୍ମାଲିନ। ଲ୍ୟାବ୍ ଟେଷ୍ଟ ପରେ ବିଷାକ୍ତ ଫର୍ମାଲିନ ମିଳିଥିବା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚିବ ବିଶାଲ ଗଗନ ସୂଚନା ଦେଇଛନ୍ତି। ୪ ନମ୍ବର ମାଛ ମାର୍କେଟରୁ ରୋହି, ପାମ୍ପ୍ଲେଟ ଆଦି ୯ ପ୍ରକାର ମାଛର ନମୁନା ନିଆଯାଇଥିଲା। ଏଥିରୁ ପାମ୍ପ୍ଲେଟ ମାଛରୁ ଫର୍ମାଲିନ୍ ମିଳିଛି।

ଫର୍ମାଲିନ ସତର୍କତା ନେଇ ଜିଲ୍ଲାପାଳମାନଙ୍କୁ ଚିଠି କରାଯିବ। ସବୁ ଜିଲ୍ଲାର ବିଭିନ୍ନ ଜାଗାରୁ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ ବୋଲି ବିଶାଲ ଗଗନ କହିଛନ୍ତି । ଏନେଇ ଆସାମ ସରକାରଙ୍କ ସହ ମଧ୍ୟ କଥା ହେବେ ରାଜ୍ୟ ସରକାର । ଫର୍ମାଲିନ ପାଇଁ କି ପଦକ୍ଷେପ ନେଉଛନ୍ତି ବୁଝିବେ ବୋଲି ଜଣାପଡ଼ିଛି । ମାଛରେ ଫର୍ମାଲିନ ଅଂଶ ଥିବାରୁ ଆସାମ ସରକାର ପୂର୍ବରୁ ଏ ପଦକ୍ଷେପ ନେଇଛନ୍ତି । ସେହିପରି କେରଳର ମାଛ ବ୍ୟବସାୟୀ ମଧ୍ୟ ଆନ୍ଧ୍ରରୁ ମାଛ ଆମଦାନୀ ବନ୍ଦ କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.