ଡ୍ରାଇଭର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟାସ୍କ ଫୋର୍ସ ଗଠନ, କାମ କରିବ ୨୪ ଘଣ୍ଟିଆ ୩ଟି କଣ୍ଟ୍ରୋଲରୁମ୍‌

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟାସ୍କ ଫୋର୍ସ କମିଟି ଗଠନ ହୋଇଛି । ଏହି କମିଟିରେ ଅଛନ୍ତି ପୋଲିସ ଡିଜି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଯୋଗାଣ ସଚିବ ଏବଂ ପରିବହନ କମିଶନର ।

ଭୁବନେଶ୍ବର(କେନ୍ୟୁଜ୍):ଡ୍ରାଇଭର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟାସ୍କ ଫୋର୍ସ ଗଠନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟାସ୍କ ଫୋର୍ସ କମିଟି ଗଠନ ହୋଇଛି । ଏହି କମିଟିରେ ଅଛନ୍ତି ପୋଲିସ ଡିଜି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଯୋଗାଣ ସଚିବ ଏବଂ ପରିବହନ କମିଶନର । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଉପରେ ନିୟନ୍ତ୍ରଣ ରଖିବ ଏହି ଟାସ୍କ ଫୋର୍ସ କମିଟି । ଏଥିପାଇଁ କାମ କରିବ ୨୪ ଘଣ୍ଟିଆ ୩ଟି କଣ୍ଟ୍ରଲ ରୁମ୍‌ । ଜନସାଧାରଣ ୧୧୨, ୧୮୦୦୩୪୫୧୦୭୩ ଏବଂ ୦୬୭୪୨୩୯୩୬୪୪କୁ ଯୋଗାଯୋଗ କରିପାରିବେ ।

 

Leave A Reply

Your email address will not be published.