ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ କମଳାକାନ୍ତ ରାଉତଙ୍କ ପରଲୋକ, ଶୋକ ପ୍ରକାଶ କଲେ କିଟ୍‌ ଓ କିସର ପ୍ରତିଷ୍ଠାତା

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ କମଳାକାନ୍ତ ରାଉତଙ୍କ ପରଲୋକ। ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀଯୁକ୍ତ ରାଉତ ବରିଷ୍ଠ ଓଏଏସ୍‌ ଅଧିକାରୀ ଭାବେ ଅବସର ନେଇଥିଲେ। ଅବସର ପରେ ଦୀର୍ଘ ୨୫ ବର୍ଷ ଧରି କିଟ୍‌ରେ ବିଭିନ୍ନ ପଦପଦବୀରେ ଥିଲେ।

ଗତ ୧୩ ବର୍ଷ ଧରି ଆଜି ପର୍ଯ୍ୟନ୍ତ କିଟ୍‌ ଟେମ୍ପୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କ ବିୟୋଗରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.