ବେଗୁନିଆପଡ଼ା ବ୍ଳକର ପୂର୍ବତନ ବ୍ଳକ ଚେୟାରମ୍ୟାନଙ୍କୁ ଗୁଳି ମାରି ହତ୍ଯା, ଚା ପିଉଥିବା ବେଳେ କାରରେ ୩ ଜଣ ଦୁର୍ବୃତ୍ତ ଆସି କରିଥିଲେ ଗୁଳିମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ପୂର୍ବତନ ବ୍ଳକ ଚେୟାରମ୍ୟାନଙ୍କୁ ଗୁଳିମାଡ। ଗୁଳିମାଡ ଫଳରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି। ବ୍ଳକ ଚେୟାରମ୍ୟାନ ଜଣଙ୍କ ହେଉଛନ୍ତି ଦେବରାଜ ସାହୁ।

ସୂଚନା ଅନୁଯାୟୀ, ଆଜି ସକାଳେ ସୁମଣ୍ଡଳ ଛକ ନିକଟରେ ଚା ପିଉଥିବା ବେଳେ ଦେବରାଜଙ୍କୁ ଗୁଳିମାଡ ହୋଇଛି। କାରରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରେ ଗୁଳିମାଡ କରିଥିଲେ । ତେବେ ଗୁଳିମାଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ଖରବ ପାଇ ବେଗୁନିଆପଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରହିଛି।

Leave A Reply

Your email address will not be published.