ନବୀନ ନିବାସରେ ଉନ୍ମୋଚିତ ହେଲା ଡକ୍ଟର ଅବିନାଶ ମହାପାତ୍ରଙ୍କ ଦ୍ୱାରା ଲିଖିତ ଶିଖ ସାହିତ୍ୟ ପୁସ୍ତକ, ଉନ୍ମୋଚନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଡାଃ ଅବିନାଶ ମହାପାତ୍ରଙ୍କ ଦ୍ଵାରା ରଚିତ ”ଦଶମ ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ଜୀ ମହାରାଜ କଲମ ଏ କମାଲ ପାତସାହୀ ୧୦” ପୁସ୍ତକକୁ ଉନ୍ମୋଚନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଦୀର୍ଘ ଗବେଷଣାର ପ୍ରତୀକ ଯାହା କି ଦଶମ ଶିଖ ଗୁରୁ “ସାହେବ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ମହାରାଜଙ୍କ ଅତୁଳନୀୟ ରଚନାଗୁଡିକ ଉପରେ ଆଧାରିତ ।  ଏହି ଶିଖ ସାହିତ୍ୟିକ ଉପନ୍ୟାସ ଅଗଷ୍ଟ ୨ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନ “ନବୀନ ନିବାସ” ଠାରେ ଉନ୍ମୋଚିତ ହୋଇଯାଇଛି ।

ଏହା ଏକ ଅନ୍ୟତମ ସାହିତ୍ୟ ହୋଇଥିବାରୁ ଏହାର ଉପକ୍ରମଣିକା ଶିଖ ଧର୍ମର ପନ୍ଥ ପାତସାହ ଯଥେଦାର ଶିରୋମାନୀ ପନ୍ଥ ଅକାଲୀ ବୁଢା ଦଲ (୯୬ କ୍ରୋଡୀ ପଞ୍ଜୱା ତଖତ) ଙ୍କ ସହ ଶ୍ରୀ ମିସଲ୍ ଶହିଦା ତର୍ନା ଦଲ (ଶ୍ରୀ ବାବା ବକଲା ସାହେବ), ଦଲ ବାବା ବିଧି ଚନ୍ଦ ସାହେବ ଜୀ (ସୁର ସିଂ)ର ମାନ୍ୟବର ଯଥେଦାର ତଥା ବିଦ୍ଵାନମାନେ, ଡେରା ଧରମ ଧୁଜା ନିର୍ମଳ ଅଖରାର ମୁକାମୀ ମହନ୍ତ ଏବଂ ମାନ୍ୟବର ପଞ୍ଜାବର ସରକାରର ଯୁବ ସହକାରୀ ନିର୍ଦ୍ଦେଶକ ଏବଂ ସଚ୍ଚଖଣ୍ଡ ଶ୍ରୀ ହରିମନ୍ଦିର ସାହେବ ଜୀ (ସ୍ଵର୍ଣ ମନ୍ଦିର, ଶ୍ରୀ ଅମୃତସର ସାହେବ)ଙ୍କ ମାନ୍ୟବର ହେଡ ଗ୍ରନ୍ଥୀ (ପୁରୋହିତ) ଲେଖି ଥିଲେ ଓ ବହୁ ପ୍ରସଂଶା କରିଥିଲେ ।

ଏଥିସହ ଡାଃ ମହାପାତ୍ରଙ୍କ ଏହି ସାହିତ୍ୟିକ ଉତ୍କୃଷ୍ଟାର ପ୍ରକାଶନକୁ ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ପୁସ୍ତକ ଉନ୍ମୋଚନ ମୁହୂର୍ତ୍ତରେ ନବୀନ ପଟ୍ଟନାୟକ ଡକ୍ଟର ଅବିନାଶଙ୍କ ବ୍ୟାପକ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଅଶେଷ ସଫଳତା କାମନା କରିଛନ୍ତି । ପ୍ରକାଶଯୋଗ୍ୟ, ଡାଃ ଅବିନାଶ ମହାପାତ୍ର ଓଡିଶାର ବାଲେଶ୍ଵର ଜିଲ୍ଲା ନିବାସୀ ଏବଂ ବର୍ତ୍ତମାନ ସିଏ ପଞ୍ଜାବୀ ଗ୍ଲୋବାଲ୍ ଫାଉଣ୍ଡେସନ୍ (ଓଡିଶା ଅଧ୍ୟାୟ) ର ସଭାପତି ହେବା ସହ ୩୮ ଟି ପୁସ୍ତକ ଶିଖ ଧର୍ମ ଉପରେ ରଚନା କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.