କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା
ଝିଅ ପାଇଁ ବାପାଙ୍କ ପ୍ରଚାର। ଆଳି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ୨୦୧୪ରେ ଆଳି ବିଧାନସଭା ଆସନରେ ବିଜୟୀ ହୋଇଥିଲେ କଂଗ୍ରେସର ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା।
ଆଳି(କେନ୍ୟୁଜ୍): ଝିଅ ପାଇଁ ବାପାଙ୍କ ପ୍ରଚାର। ଆଳି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ୨୦୧୪ରେ ଆଳି ବିଧାନସଭା ଆସନରେ ବିଜୟୀ ହୋଇଥିଲେ କଂଗ୍ରେସର ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା। ଏବେ ଶାରୀରିକ ଅସୁସ୍ଥତା ପାଇଁ ନିଜେ ନିର୍ବାଚନ ନଲଢି ଏକମାତ୍ର ଝିଅ ଡାକ୍ତର ଦେବସ୍ମିତାଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଛାଡିଛନ୍ତି ।
ଆଳିରେ ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷାପାଇଁ ଝିଅକୁ ଉପଯୁକ୍ତ ପ୍ରାର୍ଥୀ ମନେ କଲି ବୋଲି କହିଛନ୍ତି ଦେବେନ୍ଦ୍ର ଶର୍ମା। ଦେବସ୍ମିତା ଜଣେ ଉଚ୍ଚଶିକ୍ଷିତା,ସ୍ପଷ୍ଟବାଦୀ ଓ ମାନବବାଦୀ ମଣିଷ ହୋଇଥିବାରୁ ସେ ସାଧାରଣ ଲୋକଙ୍କ ପାଇଁ ନିସ୍ବାର୍ଥପର ଭାବେ କାମ କରିପାରିବ ବୋଲି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଡାକ୍ତରୀ ବୃତ୍ତିରେ ଥିବାରୁ ସେ ଧନୀଗରିବ, ଜାତିଧର୍ମ ନିର୍ବିଶେଷରେ ସବୁ ଲୋକଙ୍କ ସହିତ ମିଶି କାମ କରିପାରିବ ଓ ଅଞ୍ଚଳର ପ୍ରତିନିଧିତ୍ବ ପାଇଁ ଯୋଗ୍ୟ ବୋଲି ଅନୁଭବ କରିଥିବା କହିଛନ୍ତି ଦେବେନ୍ଦ୍ର ଶର୍ମା।