କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ କଂଗ୍ରେସ ନେତା କୈଳାସ କୁଲେସିକା

ଭୁବନେଶ୍ଵର(କେନ୍ଯୁଜ୍): ଶଙ୍ଖ ଧରିବେ କୁଲେସିକା। ବିଜେଡିରେ ଯୋଗ ଦେବେ କଂଗ୍ରେସ ନେତା କୈଳାସ କୁଲେସିକା। କଂଗ୍ରେସ ଦଳରୁ ଇସ୍ତଫା ଦେଇ ଆଜି ବିଜେଡିରେ ଯୋଗଦେବେ। ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା କୈଳାଶ କୁଲେସିକା। ଆଜି ଭୁବନେଶ୍ଵରରେ ବିଜେଡି ଦଳରେ ଯୋଗଦେବେ।

ତାଙ୍କ ସହ ଲକ୍ଷ୍ମୀପୁର ବ୍ଲକର ଚେୟାରମ୍ୟାନ ଓ ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ସହ ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ବ୍ଲକର ଶତାଧିକ ପ୍ରମୁଖ କଂଗ୍ରେସ କର୍ମୀଙ୍କ ସହ ବିଜେଡିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ବିଜେଡି ସାଂସଦ ସୁବାସ ସିଂଙ୍କ ଭୁବନେଶ୍ଵର ସରକାରୀ ବାସଭବନରେ ମିଶ୍ରଣ କାର୍ଯ୍ୟକ୍ରମ ରହିଥିବା କୋରାପୁଟ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ଵର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.