ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଜେଲ

ବାରିପଦା :  ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ଜେଲ | ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂଙ୍କୁ ଦୁଇ ବର୍ଷ କାରାଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜରିମାନାର ରାୟ ଶୁଣାଇଛନ୍ତି ବାରିପଦା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ପୂର୍ଣ୍ଣିମା ଜେନା | ଅନାଦେୟ ଅଧିକ 3 ମାସ କାରାଦଣ୍ଡ ରାୟରେ ଉଲ୍‌‍ଲେଖ ରହିଛି | 2009 ମସିହାରେ ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌‍ | 55 ପ୍ରତିଶତ ଆୟ ଭର୍ହୀଭୂତ  ସମ୍ପତ୍ତି ଠୂଳ ମାମଲାରେ ଚଢାଉ କରି ଗିରଫ କରିଥିଲା ଭିଜିଲାନ୍ସ ଟିମ୍‌‍ | ସେହି ମାମଲାର ବିଚାର କରି ମାନ୍ୟବର କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି | ବଂଶୀଧର ସିଂ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି | ତାଙ୍କ ମୂଳ ଘର ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଳକ ଅଞ୍ଚଳରେ | ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନସନ୍‌‍ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ | ବଂଶୀଧରଙ୍କୁ ଜାମିନ୍‌‍ ମିଳିଥିବାରୁ ତାଙ୍କୁ ଏବେ ଜେଲ ଯିବାକୁ ପଡିନାହିଁ |