ଲାଞ୍ଚର ଲାଞ୍ଜ : ରିମାଣ୍ଡରେ ଗଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି, ଅଧିକ ତଥ୍ୟ ହାସଲ କରିବା ପାଇଁ ନେଇଛି ଭିଜିଲାନ୍ସ

ବାଲେଶ୍ୱର: ରିମାଣ୍ଡରେ ଗଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ । ଆଜି ଦିନିକିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ ରିମାଣ୍ଡରେ ନିଆଯାଇଛି । ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବେଳେ ସରୋଜିନୀ, ଏକ ଜମିଜମା ଗଣ୍ଡଗୋଳର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।

ଏହି ଘଟଣାରେ ଏସଆଇ ବିମଳ କର ଓ ମଧ୍ୟସ୍ଥିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏଥିରେ ସରୋଜିନୀଙ୍କ ସମ୍ପୃକ୍ତ ଥିବା ଜଣାପଡିଥିଲା । ଗତ ଜୁଲାଇ ମାସ ଠାରୁ ସରୋଜିନୀ ଛୁଟିରେ ଥିଲେ । ଗତ ଫେବ୍ରୁଆରୀ ୨ ତାରିଖରେ ସରୋଜୀନି ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.