କେନ୍ଦ୍ରାପଡା : ପୂର୍ବତନ ବିଧାୟକ ଉତ୍କଳୀ କେଶରୀ ପରିଡାଙ୍କ ପରଲୋକ । କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଥିଲେ ଉତ୍କଳୀ କେଶରୀ ପରିଡା । ୬୫ ବୟସ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ବିଧାୟକଙ୍କ ଦେହାନ୍ତ ନେଇ ପୁଅ କଳିଙ୍ଗ କେଶରୀ ପରିଡା ସୂଚନା ଦେଇଛନ୍ତି ।
ଉତ୍କଳୀ କେଶରୀ ପରିଡା ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।