ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ, ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ଦୁରୁପଯୋଗ

ବରଗଡ଼ : ଭିଜିଲାନ୍ସ ଜାଲରେ ଲଖନପୁର ପୂର୍ବତନ ପେସ୍କ ସଂପାଦକ । ସମ୍ବଲପୁର ଭିଜିଲାନ୍ସ ହାତରେ ଧରା ପଡିଲେ ପୂର୍ବତନ ସଂପାଦକ ଧୃବ ଚରଣ ସାହୁ । ଲଖମରା ପେସ୍କରେ ଟଙ୍କା ଦୁରୁପଯୋଗ ହୋଇଥିବା ଅଭିଯୋଗରେ ଗିରଫ ହେଲେ ଧୃବ ଚରଣ ସାହୁ । ଧୃବ ଚରଣ ସାହୁ ୩୧ ଲକ୍ଷ ୪୭ ହଜାର ୬୮୫ ଟଙ୍କା ଦୁରୁପଯୋଗ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଗିରଫ ପରେ ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାଲାଣ। ଭିଜିଲାନ୍ସ ଏ ନେଇ ତଦନ୍ତ ଜାରି ରଖିଛି।