ବାଲେଶ୍ଵର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଗିରଫ
ବାଲେଶ୍ଵର : ବାଲେଶ୍ଵର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଗିରଫ । ୧ କୋଟି ୨୩ ଲକ୍ଷ ଠକେଇ ଅଭିଯୋଗରେ EOW ବାଲେଶ୍ଵର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ପୂର୍ବତନ ମ୍ୟାନେଜର ବିନୟ ସୋନ କରଙ୍କୁ ଗିରଫ କରିବା ସହ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଇଛି । PNB ବାଲେଶ୍ଵରର ଚିଫ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ EOW ତଦନ୍ତ କରିଥିଲା। ବାଲେଶ୍ଵର ବ୍ରାଞ୍ଚର ମ୍ୟାନେଜର ଥିବା ବେଳେ ୧ କୋଟି ୨୩ ଲକ୍ଷ କୋଟି ବିଭିନ୍ନ ଆକାଉଣ୍ଟକୁ ବେଆଇନ ଭାବେ ଟ୍ରାନ୍ସଫର୍ କରିବାକୁ ଆଦେଶ ଦେଇଥିଲେ।