ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କୋଭିଡ ଆକ୍ରାନ୍ତ ପରେ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ):  ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ନବୀନ ସରକାରରେ ସ୍ୱାସ୍ଥ୍ୟ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଥିଲେ । ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ । ୧୯୯୦ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୧୯ରେ ରାଜନୀତିରୁ ସନ୍ୟାସ ନେଇଥିଲେ ବିଜୟଶ୍ରୀ ରାଉତରାୟ । ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୬ ଥର ନିର୍ବାଚିତ ହେଇଥିଲେ । ବିଜୟଶ୍ରୀ ୧୯୫୩ ମସିହା ଜୁଲାଇ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ।

ଭଦ୍ରକ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୧୯୯୦ରୁ ଓଡ଼ିଶା ବିଧାନସଭାକୁ ଛଅ ଥର ନିର୍ବାଚିତ ହୋଇଥିଲେ । ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢ଼ି ଲଗାତର ଭାବେ ଜିତି ଆସୁଥିଲେ । ତେବେ ଗତ ୨୦୧୯ରେ ସେ ରାଜନୀତିରୁ ଅବସର ନେଇଥିଲେ । ତାଙ୍କ ଜନ୍ମ ମାଟି ହେଉଛି ଭଦ୍ରକ ବାସୁଦେବପୁରର ବାଲି ନଗର ।

ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ ବିଜୟଶ୍ରୀ । ସେ ପାଠପଢ଼ା ଶେଷ କରିବା ପରେ ରେଭେନସା କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ୧୯୮୦ରେ ଏହି ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ । ୧୯୯୭ରେ ସେ ବିଜୁ ଜନତା ଦଳକୁ ଆସିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.