ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା ସମୀର ରଞ୍ଜନ ଦାଶ

ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଲା ଝଟକା । ଦଳ ଛାଡିଲେ ବିଜେଡିର ବରିଷ୍ଠ ନେତା ସମୀର ରଞ୍ଜନ ଦାଶ। ବିଜେଡି ସୁପ୍ରିମୋଙ୍କୁ ପଠାଇଲେ ନିଜ ଇସ୍ତଫା ପତ୍ର । ଦଳ ଛାଡିଥିବା ନେଇ ଏକ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ସମୀର ଦାଶ ।

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଲା ଝଟକା । ଦଳ ଛାଡିଲେ ବିଜେଡିର ବରିଷ୍ଠ ନେତା ସମୀର ରଞ୍ଜନ ଦାଶ। ବିଜେଡି ସୁପ୍ରିମୋଙ୍କୁ ପଠାଇଲେ ନିଜ ଇସ୍ତଫା ପତ୍ର । ଦଳ ଛାଡିଥିବା ନେଇ ଏକ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ସମୀର ଦାଶ । ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି ବୋଲି ଦର୍ଶାଇଲେ।

ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ଭାବେ ବେଶ୍ ଜଣାଶୁଣା ଥିଲେ । ବିଜୁ ଜନତା ଦଳ ଟିକେଟରୁ ନିର୍ବାଚନ ଲଢି ନିମାପଡ଼ାରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ୨୦୦୯, ୨୦୧୪, ଆଉ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ନିମାପଡାରୁ ସମୀର ଦାସଙ୍କୁ ଦେଇ ନଥିଲା ବିଜେଡି। ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କ ଦଳ ଲଢିବାକୁ ସୁଯୋଗ ଦେଇଛି। ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିବା ଜଣାପଡିଥିଲା ।

 

 

 

Leave A Reply

Your email address will not be published.