ରାଏଗଡ ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ କରୋନା ପଜିଟିଭ୍

ଝାରୁସୁଗୁଡ଼ା: ରାଏଗଡ ଜେଲରେ ଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ଅନୁପ ସାଏ କରୋନା ପଜିଟିଭ୍ । ସୂଚନା ଅନୁଯାୟୀ, ଗତକାଲି ରାତିରେ ହଠାତ୍ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା।

ଏହାପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯିବାପରେ ସେଠାରେ କରୋନା ଟେଷ୍ଟ ପାଇଁ ସ୍ୱାବ ନିଆଯାଇଥିଲା । ଏହାପରେ  ରାତିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନୁପ ପ୍ରଥମେ ଜିନ୍ଦଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏବେ କୋଭିଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.