ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ, ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର : ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । ୬୦ ବର୍ଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ।  ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।  ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ମୃତ ଅବସ୍ଥାରେ ହସ୍ପିଟାଲ୍‌କୁ ଅଣା ଯାଇଥିଲା ବୋଲି କହିଛନ୍ତି କର୍ତ୍ତୃପକ୍ଷ । ନିୟମ ଅନୁସାରେ ପୋଷ୍ଟମର୍ଟମ କରାଯିବ ବୋଲି ସୂଚନା ଦେଇଛନ୍ତି ।  ବିଜୟ ମହାନ୍ତିଙ୍କ ଶେଷ ଦର୍ଶନ କରିବାକୁ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ବିଜେଡି ଏବଂ ବିଜେପି ବିଧାୟକ ।  ଅନେକଙ୍କ ପାଖରେ ସେ ବାଦଲ ମହାନ୍ତି ଭାବେ ମଧ୍ୟ ପରିଚିତ ଥିଲେ ।

ବିଜୟ କୁମାର ମହାନ୍ତି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ  ବିଧାନ ସଭାରେ  ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା  ବିଧାନ ସଭା ନିର୍ବାଚନରେ ସେ ଭୁବନେଶ୍ୱର ସେଣ୍ଟ୍ରାଲ (ମଧ୍ୟ) ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓ ୧୫ଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।