କ୍ବାର୍ଟର୍ସ ପ୍ରସଙ୍ଗରେ ବବିଙ୍କ ସ୍ପଷ୍ଟୀକରଣ, କହିଲେ ଯେମିତି ଥିଲା ସେମିତି ଫେରାଇବି
ଭୁବନେଶ୍ୱର : ସରକାରୀ କ୍ବାର୍ଟର ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ପ୍ରଣବ ପ୍ରକାଶ ଦାସ । ତାଙ୍କ କ୍ବାର୍ଟରରେ ଭଙ୍ଗାରୁଜା ଚାଲିଥିବା ନେଇ ରଖିଲେ ପ୍ରତିକ୍ରିୟା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ କହିଛନ୍ତି ୧୫ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ବାର୍ଟର ମୋ ଦଖଲରେ ରହିଛି । ନିୟମ ରହିଛି ସରକାରୀ ଘର ଯେମିତି ନେଇଥିବ ସେମିତି ଫେରାଇବ। ବିଜେଡି ସଂଗଠନ ସମ୍ପାଦକ ଥିବାରୁ ବହୁ କର୍ମୀ ମୋ ଘରକୁ ଆସୁଥିଲେ। ସେମାନଙ୍କ ବସାଉଠା ପାଇଁ ଅସ୍ଥାୟୀ ଏକ୍ସଟେନସନ କରାଯାଇଥିଲା। ଘର ଫେରାଇବା ପୂର୍ବରୁ ଏକ୍ସଟେନସନ କରିଥିବା ଅଂଶ ଭଙ୍ଗା ଯାଉଛି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ।