ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ଧନେଶ୍ୱର ମାଝୀଙ୍କ ପରଲୋକ । ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଧନେଶ୍ୱର । ସେ ତିନି ଥର ବିଧାୟକ ରହି ସାରିଥିବା ବେଳେ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଥିଲେ । ତାଙ୍କ ପରଲୋକ ଖବର ଜଣାପଡିବା ପରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
ଏପିରିକି ଧନେଶ୍ୱର ୧୯୭୮ରୁ ୧୯୮୪ ମସିହା ଯାଏଁ ରାଜ୍ୟସଭାର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ନର୍ଲା ଏବଂ କେସିଙ୍ଗା ବିଧାନସଭା ଆସନରୁ ୧୯୭୧, ୧୯୭୪, ୨୦୦୦, ୨୦୦୪, ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ନିକଟରେ ସେ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।