କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ, କେଉଁ ଦଳରେ ମିଶିବେ ତାକୁ ନେଇ କଳ୍ପନା ଜଳ୍ପନା

ଭୁବନେଶ୍ବର(କେନ୍ଯୁଜ୍): କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମାଝି। ଏ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ଏହି ନିଷ୍ପତ୍ତି ନେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହାସହ ସେ ଲେଖିଛନ୍ତି ପୂର୍ବରୁ କ୍ରିୟାଶୀଳ ନେତୃତ୍ୱ ଯୋଗୁଁ ଦଳର ସଂଗଠନ ଭଲରେ ପରିଚାଳିତ ହେଉଥିଲା। କିନ୍ତୁ କିଛି ଜିଦ୍‌ କରି ଅସହଯୋଗ କରୁଥିବା ବ୍ୟକ୍ତି କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବା ଯୋଗୁ ଦଳ ନିମ୍ନଗାମୀ ହୋଇଛି। କଂଗ୍ରେସ ଦଳ ଏବେ ବିଶ୍ୱନୀୟତା ହରାଇଛି। ଦଳକୁ ପୁନରୁଦ୍ଧାର କରିବାକୁ ବହୁ ସମୟ ଲାଗିବ।

ଅନ୍ଯପଟେ, ପ୍ରଦୀପ ମାଝି କଂଗ୍ରେସ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ ଦଳ ଛାଡିବା ଦ୍ୱାରା କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବନି। କଂଗ୍ରେସ ତାଙ୍କୁ ପରିଚୟ ଦେଇଛି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.