ଘରୁ ଇଲେକ୍ଟ୍ରିକ ତାର ଚୋରି କରୁଥିବା ବେଳେ କାବୁ କରି ଥାନାରେ ଦେଲେ ପୂର୍ବତନ ଏନଏସି ଅଧକ୍ଷ

ପାଟଣାଗଡ଼: ମାତିଛନ୍ତି ଚୋର । କେଉଁଠି ଦୋକାନ ଭାଙ୍ଗି କରୁଛନ୍ତି ଲୁଟ୍ ତ କେଉଁଠି ଘରେ ପଶି ଲୁଟୁଛନ୍ତି । ଆଉ କେଉଁଠି ରାସ୍ତାଘାଟରେ ଲୁଟୁଛନ୍ତି ତ କେଉଁଠି ବନ୍ଧୁକ ମୁନରେ ଲୁଟୁଛନ୍ତି । ଦିନ ଦ୍ଵିପ୍ରହରେ ଲୁଟ୍ କରୁଛନ୍ତି , ଆଉ ରାତି ଅଧରେ ବି ଲୁଟ୍ କରୁଛନ୍ତି । ପୋଲିସ୍ କୁ ଚାଲେଞ୍ଜ ଦେଇ ଏମାନେ ଚୋରି କରି ଚାଲିଛନ୍ତି ।

ତେବେ ଏହାରି ଭିତରେ ପୁଣି ଏକ ଚୋରି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଖୋଦ୍ ଚୋରକୁ କାବୁ କରାଯାଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଦିନକୁଦିନ ଚୋରି ବଢ଼ିଚାଲିଥିବା ବେଳେ, ଗତକାଲି ଦେଖିବାକୁ ମିଳିଥିଲା ଏଭଳି ଏକ ଘଟଣା ।

ତେବେ ସୂଚନା ମୁତାବକ,  ୨ ଚୋର ଚୋରି କରୁଥିବା ସମୟରେ ଧରାପଡିଛନ୍ତି । ଆଉ ଏମାନେ କେଉଁ ପୋଲିସ୍ ଦ୍ୱାରା କାବୁ ହୋଇନାହାନ୍ତି ବରଂ ପୂର୍ବତନ ଏନଏସି ଅଧକ୍ଷ ସୁନୀଲ କୁମାର ଗୋୟଲ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।

ଏହି ଦୁଇ ଚୋର ପୂର୍ବତନ ଏନଏସି ଅଧକ୍ଷଙ୍କ ଘରୁ ଇଲେକ୍ଟ୍ରିକ ତାର ଚୋରି କରୁଥିବା ବେଳେ ଏମାନଙ୍କୁ କାବୁ କରିଥିଲେ ସୁନୀଲ କୁମାର । ଏହାପରେ ଉଭୟ ଚୋରଙ୍କୁ ନିଜେ ଧରିକି ଆସି ପାଟଣାଗଡ଼ ଥାନାରେ ଜିମା ଦେଇଥିବା ଦେଖିବାକୁ ମିଳିଛି । ଏହି ଦୁଇ ଜଣ ଚୋର ହେଲେ ପାଟଣାଗଡ଼ର ପ୍ରଶାନ୍ତ ବୁଡ଼େକ ଓ ଶ୍ରୀକାନ୍ତ ବୁଡ଼େକ । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଘଟଣା ସମୟର ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

You might also like