କିମ୍‍ସରେ ଯୋଗଦେଲେ ପୂର୍ବତନ DMET ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି

ଭୁବନେଶ୍ୱର(କେନ୍ୟୁଜ୍): ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଓଡ଼ିଶା ମେଡିକାଲ୍‍ ଏଜୁକେସନ୍‍ ଆଣ୍ଡ ଟ୍ରେନିଂର ପ୍ରାକ୍ତନ ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି କିମ୍‍ସର ଉପକୁଳପତି ଭାବେ ଯୋଗ ଦେଇଛନ୍ତି। ଓଡ଼ିଶାର ବେଶ ଜଣାଶୁଣା ଚିକିତ୍ସକ ଓ ପ୍ରଶାସକ ଭାବେ ଡା. ମହାନ୍ତିଙ୍କ ସୁନାମ ରହିଛି। ପୂର୍ବରୁ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‍ କଲେଜର ମେଡିସିନ୍‍ ବିଭାଗ ମୁଖ୍ୟ ଏବଂ ପରେ ଏସ୍‍ସିବିର ଅଧୀକ୍ଷକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

କିମ୍‍ସରେ ଉପକୁଳପତି ଭାବେ ଯୋଗଦେବା ପରେ ଡା. ମହାନ୍ତି ଏହାର ଚିକିତ୍ସା ଓ ପ୍ରଶାସନିକ ଦୟିତ୍ୱ ତଦାରଖ କରିବେ। ଏହା ସହିତ ସେ କିମ୍‍ସ ବହିର୍ବିଭାଗରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ଦିନରେ ପରାମର୍ଶ ଦେବେ। କିମ୍‍ସରେ ଡା. ମହାନ୍ତିଙ୍କ ଯୋଗଦାନ ପରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହ ତଥା କିଟ୍‍ ଓ କିସ୍‍ ପରିବାରର ସମସ୍ତ ସଦସ୍ୟ ଆନନ୍ଦ ପ୍ରକାଶ କରିବା ସହ ଜଣେ ସୁନାମଧନ୍ୟ ଡାକ୍ତର କିମ୍‍ସରେ ଯୋଗ ଦେଇଥିବାରୁ ସମସ୍ତେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ନଭେମ୍ବର ୧ ତାରିଖରେ କିମ୍‍ସରେ ଆନୁଷ୍ଠାନିକ ଭାବେ ଯୋଗଦେବା ପରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.