ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ

ମାଲକାନଗିରି: ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ। ୫୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ବହୁଦିନ ଧରି ସେ ଅସୁସ୍ଥ ଥିଲେ। ମାଲକାନଗିରିରେ ରହି ଚିକିତ୍ସିତ ହେଉଥିଲେ ଆଦିତ୍ୟ ମାଢ଼ି। ଅବସ୍ଥା ଗୁରୁତର ହେବାରୁ ତାଂକୁ ଭୁବନେଶ୍ବରସ୍ଥିତ ଏମସ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ଅପରାହ୍ନ ୫ଟାରେ ପରଲୋକ ହୋଇଛି। ଆଦିତ୍ୟ ମାଢି ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ମାଲକାନଗିରି ବିଧାୟକ ଥିଲେ। ନିର୍ବାଚନୀ ରାଜନୀତିରେ ପ୍ରବେଶ ପୂର୍ବରୁ ସେ ଶିକ୍ଷକତା କରୁଥିଲେ। ୨୦୦୯ ଓ ୨୦୧୪ରେ ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ। ୨୦୧୯ରେ ପୁଣି ବିଜେପିରୁ ଲଢି ବିଜୟୀ ହୋଇଥିଲେ ଆଦିତ୍ୟ ମାଢ଼ି। ଅସୁସ୍ଥ ହେବାରୁ ୨୦୨୪ ନିର୍ବାଚନରୁ ଦୂରେଇ ରହିଥିଲେ। ଆଜି ତାଙ୍କର ଦେହାନ୍ତ ହୋଇଛି।