ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଲୁଟ, ଝରକା ଦେଇ ଲୁଟେରା ଫେରାର

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଲୁଟ ହୋଇଛି । ଘରେ ପଶି ବଡ଼ ଧରଣର ଲୁଟ୍ କରିଛନ୍ତି ଅଭିଯୁକ୍ତ । ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ନଗଦ ଟଙ୍କା ସହ ସମସ୍ତ ସୁନା ଅଳଙ୍କାର ଲୁଟ୍ ହୋଇଥିବା ସୂଚନା ମିଳିଛି । ଲୁଟ୍ ପରେ ଝରକା ବାଟ ଦେଇ ଲୁଟେରା ଫେରାର ମାରିଛନ୍ତି ।

ମିଳିଥିବା ସୂଚନାନୁସାରେ, ଉପର ମହଲା ରହୁଥିବା ପୁଅ ବୋହୁଙ୍କ ଘରୁ ଲୁଟ ହୋଇଛି । ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଛନ୍ତି ର୍ଦୁବୃତ୍ତ । ସିସିଟିଭିରେ ଚୋରଙ୍କ ଗତିବିଧି କଏଦ ହୋଇଛି । ପାଚେରୀ ଡେଇଁ ଘରେ ଚୋର ପଶିଥିଲେ । ଚୋର ଏତେ ଚାଲାକ ଯେ, ଘରର ଭିତର ସିସିଟିଭିକୁ ବୁଲାଇ ଦେଇଥିଲେ । ଏହି ଚୋରି ପ୍ରଫେସନାଲ ଢଙ୍ଗରେ ହୋଇଥିବା ନେଇ ସନ୍ଦେହ ହେଉଛି । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ଛାନଭିନ କରୁଛି । ସିସିଟିଭି ଫୁଟେଜକୁ ଆଧାର କରି ନୟାପଲ୍ଲୀ ଥାନା ପୋଲିସ ତନାଘନା ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ : ଷ୍ଟଡ଼ିଟୁର୍‌ରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

You might also like