ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ

ଭୁବନେଶ୍ବର(କେନ୍ୟୁଜ୍) : ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ । ୭୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୧୦ଟା ୪୫ରେ ତାଙ୍କର ବିୟୋଗ ହୋଇଛି। ବୈଷ୍ଣବ ପରିଡ଼ା ବର୍ଷେ ହେବ ଚିକିତ୍ସିତ ହେଉଥିଲେ। ଦୀର୍ଘ ଦିନ ଧରି ସେ କ୍ୟାନ୍‌ସରରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ରଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

baisnaba ବୈଷ୍ଣବ ପରିଡ଼ା ଏକାଧାରାରେ ଜଣେ ସମାଜସେବୀ, ସ୍ତମ୍ଭକାର ଓ ରାଜନେତା ଥିଲେ। ଭାଷା ସାହିତ୍ୟ ଆନ୍ଦୋଳନର ମୁଖ୍ୟ ଥିଲେ ବୈଷ୍ଣବ। ୧୯୪୧ ଫେବୃୟାରୀ ୧୫ରେ ଯାଜପୁର ଶ୍ରୀରାମପୁରରେ ୧୯୪୧ରେ ଜନ୍ମଗ୍ରହଣ କରିଥିଲେ ବୈଷ୍ଣବ ପରିଡ଼ା । ସେ ମଙ୍ଗଳପୁର ପ୍ରାଥମିକରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ଏହାପରେ କୋଲକତାରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପରେ ରାଜନୀତିରେ ପ୍ରବେଶ କରିଥିଲେ ବୈଷ୍ଣବ। ୧୯୬୦ରୁ ୧୯୯୨ସିପିଆଇ ନେତା ଥିଲେ। ୧୯୯୩ରୁ ୧୯୯୮ ଯାଏ କଂଗ୍ରେସରେ ଥିଲେ । ୧୯୯୯ରୁ ୨୦୦୮ ପର୍ଯ୍ଯନ୍ତ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ହୋଇଥିଲେ । ୨୦୦୮ ମଧ୍ୟଭାଗରେ ବିଜେଡିରେ ସାମିଲ ହୋଇଥିଲେ। ୨୦୧୦ରୁ ୨୦୧୬ ଯାଏ ରାଜ୍ୟସଭା ସାଂସଦ ଥିଲେ। ଓଡ଼ିଆ ଭାଷା ଆନ୍ଦୋଳନର ନେତୃତ୍ୱ ନେଉଥିଲେ ବୈଷ୍ଣବ। ଏକାଧିକ ପୁସ୍ତକର ରଚୟିତା ଥିଲେ ବୈଷ୍ଣବ ପରିଡ଼ା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.