କଟକ : ‘ଆର ଆଣ୍ଡ ବି’ ର ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କର ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ । ଘରୁ ମିଳିଲା ପୁଳାପୁଳା ସୁନା ଓ ହୀରା । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ । ୨ କେଜିରୁ ଅଧିକ ସୁନା ଓ ହୀରା ଗହଣା ଜବତ ହୋଇଛି । ତା ସହ ରହିଛି ବିଡ଼ା ବିଡ଼ା ୫ ଶହ ଟଙ୍କିଆ ନୋଟ୍ । ସୁନାର ଠାକୁର ମୂର୍ତ୍ତି ଓ ରୁପା ବାସନ ଜବତ କରିଛି ଭିଜିଲାନସ। ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍। କଟକ, ଭୁବନେଶ୍ବର ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱରରେ ୩ ଟି ଫ୍ଲାଟ ଓ ଝାରୁସୁଗୁଡ଼ାରେ ରହିଛି ୨ ଟି ଫ୍ଲାଟ। ଆଠଗଡ଼ରେ ପୈତୃକ ଘର ଓ ତିନିଘରିଆରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱର ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଉଛି । ଚଢାଉରେ ୧୨ DSP, ୧୨ ଇନ୍ସପେକ୍ଟର ଓ ୧୬ ASI ସାମିଲ ଅଛନ୍ତି।