ଭୁବନେଶ୍ୱର ବିମାନ ବନ୍ଦରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା  ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ।  ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଗଲା । ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସକୁ ଅଣାଯିବ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ।  ବିମାନ ବନ୍ଦରରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି । ରାଜ୍ୟ ବିଜେପି ସଭାପତି ଓ ନେତୃବୃନ୍ଦ ଶେଷ ଦର୍ଶନ କଲେ ।  ବିମାନ ବନ୍ଦରରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ପାର୍ଥିବ ଶରୀରକୁ ଶେଷ ସମ୍ବର୍ଦ୍ଧନା ଜଣାଇବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଅନେକ ବିଜେପି ବରିଷ୍ଠ ନେତା, ଦଳୀୟ କର୍ମକର୍ତ୍ତାମାନେ ଏକାଠି ହୋଇଛନ୍ତି ।  ପାର୍ଟି ଅଫିସରେ ପ୍ରାୟ ଏକ ଘଣ୍ଟା ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ । ଦଳୀୟ ନେତୃବୃନ୍ଦ , ବିଧାୟକ, ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହାପରେ ତାଙ୍କ ପ୍ରାଚୀ ବିହାର ବାସ ଭବନକୁ ନିଆଯିବ ।  ଆସନ୍ତାକାଲି ସକାଳେ ପୁରୀ ସ୍ବର୍ଗ ଦ୍ବାରରେ ଶେଷ କୃତ୍ୟ ସଂପନ୍ନ କରାଯିବ ।