ଜେଲ୍‌ ପରେ ବେଲ୍! ଜଣେ ଜାମିନଦାର ଓ ୧ ଲକ୍ଷ ବେଲ୍‌ ବଣ୍ଡରେ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍‌

କେନ୍ୟୁଜ୍‌: ଜେଲ୍‌ ପରେ ବେଲ୍‌ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍‌ । ଜଣେ ଜାମିନଦାର ଓ ୧ ଲକ୍ଷ ବେଲ୍‌ ବଣ୍ଡରେ ଜାମିନ ମିଳିଛି । ଦିଲ୍ଲୀପଙ୍କ ସହ ଅନ୍ୟ ଦୋଷୀଙ୍କୁ ମଧ୍ୟ ଜାମିନ ମଞ୍ଜୁର ହୋଇଛି । କୋଇଲା ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସହ ସମ୍ପୃକ୍ତ ଅନ୍ୟ ୩ ଦୋଷୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।

ସେହିପରି କାଷ୍ଟ୍ରନ୍‌ ଟେକ୍ନୋଲୋଜି ଓ କାଷ୍ଟ୍ରନ୍‌ ମାଇନିଂକୁ ୭୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଶୁଣାଣି ସମୟରେ ସମସ୍ତ ଦୋଷୀ କୋର୍ଟରେ ଉପସ୍ଥିତ ଥିଲେ । ଆଇପିସି ୧୨୦ ବି, ୪୦୯ ଓ ୪୨୦, ଦୁର୍ନୀତି ନିବାରଣ ଆଇନର ୧୩ (୧) (ସି) ଓ ୧୩ (୧) (ଡି)ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦିଲ୍ଲୀପ ରାୟ । ରିପୋର୍ଟ ଅନୁଯାୟୀ ୧୯୯୯ରେ କାଷ୍ଟ୍ରନ୍‌ ଟେକ୍ନୋଲୋଜିକୁ ଝାଡ଼ଖଣ୍ଡର ବ୍ରହ୍ମଡିହା କୋଲ ବ୍ଲକ୍‌ ଦେବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ବ୍ରହ୍ମଡିହି କୋଇଲା ବ୍ଲକ ଆବଣ୍ଟରେ ଅନିୟମିତତା ଅଭିଯୋଗରେ ୨୦୧୭ ମସିହା ଏପ୍ରିଲ ୨୬ ତାରିଖରେ ଚାର୍ଜଫ୍ରେମ କରିଥିଲା ସିବିଆଇ ।

Leave A Reply

Your email address will not be published.