ପୋଖରୀ ଖୋଳିବା ବେଳେ ବାହାରିଲା ରତ୍ନପଥର, ଆହୁରୀ ମିଳିବା ଆଳରେ ଜମିଛି ଲୋକଙ୍କ ଭିଡ

ବୌଦ୍ଧ(କେନ୍ୟୁଜ୍‌): ପୋଖରୀ ଖୋଳିବା ବେଳେ ବାହାରିଲା ରତ୍ନପଥର । ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଶରଧାପାଲି ଗାଁରେ ମନରେଗାରେ ବନ୍ଧ ଖନନ ବେଳେ କିଛି ରତ୍ନ ପଥର ମିଳିଥିବା କୁହାଯାଉଛି ।

ଏହାପରେ ଏବେ ସେଠାରେ ଲାଗିଛି ଲୋକଙ୍କ ଭିଡ଼ । ଲୋକମାନେ ପୋଖରୀରେ ରତ୍ନ ପଥର ଖୋଜିବାରେ ଲାଗିଛନ୍ତି । କାଳେ କିଛି ରତ୍ନ ପଥର ମିଳିଯିବ ସେଥିପାଇଁ ଲୋକମାନେ ଖୋଜାଖୋଜି କରୁଛନ୍ତି । ଦୁଇଦିନ ହେଲା ଏହି ଘଟଣା ଘଟିଥିଲେବି ପୋଲିସ ପ୍ରଶାସନ କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.