ବିନ୍ଦୁସାଗର ନିକଟ ଗୋଦାବରୀ ପୁଷ୍କରିଣୀରୁ ଦୁଇଟି ଅଷ୍ଟ ଧାତୁ ମୂର୍ତ୍ତି ଉଦ୍ଧାର

ଭୁବନେଶ୍ବର : ବିନ୍ଦୁସାଗର ନିକଟ ଗୋଦାବରୀ ପୁଷ୍କରିଣୀରୁ ଉଦ୍ଧାର ହୋଇଛି ଦୁଇଟି ଅଷ୍ଟ ଧାତୁ ମୂର୍ତ୍ତି । ଏହି ମୂର୍ତ୍ତି ମାନଙ୍କ ମଧ୍ଯର ଗୋଟିଏ ୧୧ ଇଞ୍ଚର ମା ବାରଭୂଜା ମୂର୍ତ୍ତି ଓ ଗୋଟିଏ ୬ ଇଞ୍ଚର ମା ସନ୍ତୋଷୀଙ୍କ ମୂର୍ତ୍ତି ରହିଛି । ସ୍ଥାନୀୟ ଦୁଇ ଜଣ ଯୁବକ ମାଛ ଧରୁଥିବା ସମୟରେ ଏକ ବ୍ଯାଗ୍ ପାଇଥିଲେ । ଯେଉଁଥିରେ  ଏହି ମୂର୍ତ୍ତି ଦୁଇଟିକୁ ପାଇବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ବର୍ତ୍ତମାନ ଏହି ମୂର୍ତ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଅଧୀନରେ ରହିଥିବାବେଳେ ଟ୍ରଷ୍ଟ ବୋର୍ଡର ଆଲୋଚନାପରେ ଏହି ମୂର୍ତ୍ତିକୁ ଅନୁଧ୍ଯାନ କରାଯିବ ବୋଲି ଜଣାପଡିଛି । ତେବେ ଏହି ମୂର୍ତ୍ତି ଗୁଡିକର ବଜାର ମୂଲ୍ଯ ଲକ୍ଷାଧିକ ଟଙ୍କା ହୋଇଥିବା ନେଇ ଅନୁମାନ କରାଯାଉଛି ।