କିସ୍ ବରିଷ୍ଠ ଛାତ୍ରଛାତ୍ରୀଙ୍କ ଅଧିଷ୍ଠାନ ସମାରୋହ, ଗୁଣାତ୍ମକ ଶିକ୍ଷା ଗ୍ରହଣ ସହ ଭଲ ମଣିଷ ହେବାକୁ ଡ. ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ

ଆଜି କିସ୍ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଧିଷ୍ଠାନ ସଭା କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବା ସହ ଛାତ୍ରଛାତ୍ରୀମାନେ ସମାଜର ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ।  କିସର +୨, +୩ ଓ ସ୍ନାତକୋତ୍ତର ପଢ଼ୁଥିବା ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଡ. ସାମନ୍ତ କହିଲେ, ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ସେଥିପାଇଁ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ ଉପରେ ଗୁରୁତ୍ବ ଦେବା ଉଚିତ।  ନିଷ୍ଠାପର ଉଦ୍ୟମ ଓ ସତକର୍ମ ଯୋଗୁଁ କିସ୍ ଆଜି ସମଗ୍ର ବିଶ୍ୱରେ ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ ହୋଇ ଆଦର ଲାଭ କରିପାରିଛି ।  କିସରେ ଜନଜାତି ଛାତ୍ରଛାତ୍ରୀମାନେ ପ୍ରାଥମିକ ଶ୍ରେଣୀଠାରୁ ଡକ୍ଟୋରେଟ ଡିଗ୍ରୀ ପର୍ଯ୍ୟନ୍ତ ବିନାଦେୟରେ ପାଠପଢି ପାରୁଥିବାରୁ କିସକୁ ଭାରତର ଦ୍ଵିତୀୟ ଶାନ୍ତି ନିକେତନ ବୋଲି କୁହାଯାଇଥାଏ ବୋଲି ଡ. ସାମନ୍ତ କହିଥିଲେ ।  କାର୍ଯ୍ୟକ୍ରମରେ କିସ୍ ମହାବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ କର୍ମକର୍ତ୍ତା ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like