ରାଜ୍ୟ

IIL ଆଇନ ଛାତ୍ର, ଶିକ୍ଷାବିତ ଓ ଆଇନବୃତ୍ତିଧାରୀଙ୍କୁ ଏକସୂତ୍ରରେ ବାନ୍ଧି ରଖିବ: ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟମ୍‌

କେନ୍ୟୁଜ୍(ବ୍ୟୁରୋ):  ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ-ଆଇଆଇଏଲ୍‌ର ଭିତ୍ତିପ୍ରସ୍ତର ଉତ୍ସବ ଅନୁଷ୍ଠିତ। କିଟ୍‌ ବିଶ୍ୱବିଦ୍ୟାଳୟ ଭାରତୀୟ ବାର୍‌ କାଉନସିଲ୍‌ ଟ୍ରଷ୍ଟ ଓ କିଟ୍‌ ପକ୍ଷରୁ ଭିତ୍ତିପ୍ରସ୍ତର ଉତ୍ସବ ସଂପନ୍ନ ହୋଇଛି। କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ, ଜଷ୍ଟିସ୍‌ ଭୂଷଣ ରାମକ୍ରିଷ୍ଣା ଗଭାଇ, ଜଷ୍ଚିସ୍‌ ଭି ରାମସୁବ୍ରମଣ୍ୟମ୍‌, ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ତଥା ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଟ୍ରଷ୍ଟର ଅଧ୍ୟକ୍ଷ ମନନ କୁମାର ମିଶ୍ର, ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ ତଥା ଓଡ଼ିଶା ବାର୍‌ କାଉନ୍‌ସିଲ ସ୍ୱତନ୍ତ୍ର କମିଟି ଅଧ୍ୟକ୍ଷ ଅଶୋକ ପରିଜା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। IIL ପ୍ରତିଷ୍ଠା ପାଇଁ ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟମ୍‌ BCIକୁ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି ‘IIL ଆଇନ ଛାତ୍ର, ଶିକ୍ଷାବିତ ଓ ଆଇନବୃତ୍ତିଧାରୀଙ୍କୁ ଏକସୂତ୍ରରେ ବାନ୍ଧି ରଖିବ । ଏଭଳି ଅନୁଷ୍ଠାନର ପ୍ରତିଷ୍ଠା ପାଇଁ BCI ଓ କିଟ୍‌କୁ ଧନ୍ୟବାଦ ଜଣାଇଛନ୍ତି । ଉତ୍ସବରେ ଜଷ୍ଟିସ୍‌ ଭୂଷଣ ରାମକ୍ରିଷ୍ଣା ଗଭାଇ କହିଛନ୍ତି IIL ଆଇନ ଶିକ୍ଷାଦାନରେ ଦେଶରେ ମାଇଲଖୁଣ୍ଟ ହେବ । ‘ଉଚ୍ଚମାନର ଶିକ୍ଷାଦାନ ପାଇଁ ସାରା ଦେଶରେ ସୁନାମ ଅର୍ଜନ କରିବ । ‘କିଟ୍‌ରେ ୩୫ ହଜାରରୁ ଅଧିକ ପିଲାଙ୍କୁ ମାଗଣା ଶିକ୍ଷାଦାନ ଦିଆଯାଉଛି । ଡ.ଅଚ୍ୟୁତ ସାମନ୍ତଙ୍କ ଏଭଳି ଉଦ୍ୟମ ପ୍ରଶସଂନୀୟ ବୋଲି କହିଛନ୍ତି।

ଓଡ଼ିଶା ଭଳି ରାଜ୍ୟରେ IIL ପ୍ରତିଷ୍ଠା ପାଇଁ BCIକୁ କୃତଜ୍ଞତା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ। ‘ଦୀର୍ଘ ୩୦ ବର୍ଷ ଧରି କିଟ୍‌ ସାମାଜିକ ନ୍ୟାୟ ପାଇଁ କାର୍ଯ୍ୟ କରୁଛି। IIL ପ୍ରତିଷ୍ଠା ଦ୍ୱାରା ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଆଇନ୍‌ ଶିକ୍ଷା କ୍ଷେତ୍ରରେ ପ୍ରଭାବ ପକାଇବ ବୋଲି କହିଛନ୍ତି ଡ. ଅଚ୍ୟୁତ ସାମନ୍ତ। ନିରନ୍ତର ଆଇନ୍‌ ଶିକ୍ଷା, ବୃତ୍ତିଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ରିଫ୍ରେସର୍‌ କୋର୍ସ ଏବଂ ମଧ୍ୟସ୍ତତା ଓ ଆପୋସ ବୁଝାମଣା ଭଳି ବିକଳ୍ପ ବିବାଦ ସମାଧାନ ବିଧି ପାଇଁ ଶିକ୍ଷଣ ପାଠ୍ୟକ୍ରମ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆଇଆଇଏଲ୍‌ରେ ଚାଲୁ ରହିବ । ବିଭିନ୍ନ ଶିକ୍ଷଣ କେନ୍ଦ୍ର ଅଧୀନରେ ଆଇଆଇଏଲ୍‌ ଆଇନ୍‌, ନ୍ୟାୟ ଓ ସାମାଜିକ ବିକାଶର ସମସ୍ତ ଦିଗରେ ଗବେଷଣା କରିବ ।… ଆଇନ୍‌ ତାଲିମ ନେଉଥିବା ଆଇନ୍‌ଜୀବୀ ଏବଂ ନିରନ୍ତର ଆଇନ୍‌ ଶିକ୍ଷା ଉଦ୍ଦେଶ୍ୟରେ ଆଇନ୍‌ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ଆଇନ୍‌ ବିଷୟ ଉପରେ କେସ୍‌ବହି, ପତ୍ରିକା, ଡାଇଜେଷ୍ଟ ଓ ସମ୍ବାଦପତ୍ର ଆଇଆଇଏଲ୍‌ ଦ୍ୱାରା ପ୍ରକାଶ କରାଯିବ । ନିରନ୍ତର ଆଇନ୍‌ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଆଇଏଲ୍‌ ଏକ ମଡେଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ । ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ । ଭିତ୍ତିପ୍ରସ୍ତର ଉତ୍ସବ କାର୍ଯ୍ୟକ୍ରମରେ ବିସିଆଇ ତଥା ବିସିଆଇ ଟ୍ରଷ୍ଟର କର୍ମକର୍ତା ଓ ସଦସ୍ୟଙ୍କ ସମେତ ଭାରତର ବହୁ ବିଶିଷ୍ଟ ଆଇନଜ୍ଞ ଉପସ୍ଥିତ ଥିଲେ ।

ଭୁବନେଶ୍ଵରରେ ଆଇଆଇଏଲ ପ୍ରତିଷ୍ଠା ନେଇ କିଟ୍‌ ଓ ବିସିଆଇ ଟ୍ରଷ୍ଟ ମଧ୍ୟରେ ପୂର୍ବରୁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍‌ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍‌ ଭିତ୍ତିିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ।.

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago