ଯାଜପୁର କାଳିଆପାଣିରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୪ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର କାଳିଆପାଣିରେ ଲଜ୍ଜାଜନକ ଘଟଣା । ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତକାଲି ସଂଧ୍ୟାରେ ନାବାଳିକା ଜଣଙ୍କ ନିଜ ଘରକୁ ଚାଲି ଚାଲି ଫେରୁଥିଲେ ।

ଭିମିଟାଙ୍ଗର ଗାଁ ପାଖରେ ଏକୁଟିଆ ଦେଖି ୨ଟି ବାଇକିରେ ୪ ଜଣ ଯୁବକ ଅଟକାଇବା ସହ ଜଙ୍ଗଲ ମଧ୍ୟଙ୍କୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ସହ ମାଡ ମାରିଥିଲେ । ନାବାଳିକା ଜଣଙ୍କ ସେମାନ ଙ୍କ ପାଖରୁ କୌଶଳ କରି ଖସିଯାଇ ସ୍ଥାନୀୟ ଗାଁରେ ଲୋକଙ୍କୁ ଡାକିବାରୁ ଲୋକେ ଏକାଠି ହୋଇଥିଲେ । ପରେ ନାବଳିକା ପକ୍ଷରୁ ଏସଂପର୍କରେ କାଳିଆପଣି ଥାନାରେ ଏତଲା ଦିଆଯାଇଥିଲା ।

Leave A Reply

Your email address will not be published.