ଓଳାଶୁଣୀ ଗୁଳିମାଡ଼ ଘଟଣାର ପର୍ଦାଫାସ, ବନ୍ଧୁକ, ଗୁଳି ଜବତ ସହ ୪ ଅଭିଯୁକ୍ତ ଗିରଫ

ଯାଜପୁର(କେନ୍ୟୁଜ) : ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କଲା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ। ଏହି ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାହାଙ୍ଗା ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି।

ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୪ଟି ମାଗାଜିନ, ୧୨ରାଉଣ୍ଡ ଗୁଳି, ଗୋଟିଏ ବାଇକ, ୩ଟି ମୋବାଇଲ ଆଦି ଜବତ ହୋଇଛି। ଗତ ୩ତାରିଖ ରାତିରେ ଓଳାଶୁଣୀ ପାହାଡ଼ ନିକଟରେ ନିକଟସ୍ଥ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ ଓରଫ ବୁବୁନ କେତେକ ବନ୍ଧୁଙ୍କ ସହିତ କଥା ହେଉଥିବା ସମୟରେ କିଛି ଦୁର୍ବୁତ୍ତ ଏକ କାରରେ ଆସି ହଠାତ ସିଦ୍ଧାନ୍ତଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।

jajpur firing

ଏହି ସମୟରେ ଦୁଇଟି ଗୁଳି ତାଙ୍କ ଦେହରେ ବାଜିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ୪ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି।

ତେବେ ଘଟଣା ଦିନ ଉଭୟଙ୍କ ମଧ୍ୟରେ ବଚସାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.