ବାଜାଜ କାର୍ଡ କରାଇଦେବାକୁ କହି ୧୨ ଲକ୍ଷ ଟଙ୍କା ଠକିନେଲେ ୪ ଅଭିଯୁକ୍ତ, ୩ ଗିରଫ ଜଣେ ଫେରାର

ସାଧାରଣ ଲୋକଙ୍କୁ ବାଜାଜ କାର୍ଡ କରି ଜିନିଷ କିଣାଇଦେବା କହି ୫୬ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଠକିନେଲେ ଚାରି ଜଣ ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ଦ୍ବାରା ତିନି ଜଣ ଗିରଫ ଓ ଜଣେ ଫେରାର । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର ।

କଟକ(କେନ୍ୟୁଜ୍):  କଟକରେ ବାଜାଜ କାର୍ଡ କରାଇଦେବା ନାମରେ ଠକେଇ। ସାଧାରଣ ଲୋକଙ୍କୁ ବାଜାଜ କାର୍ଡ କରି ଜିନିଷ କିଣାଇଦେବା କହି ୫୬ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଠକିନେଲେ ଚାରି ଜଣ ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ଦ୍ବାରା ତିନି ଜଣ ଗିରଫ ଓ ଜଣେ ଫେରାର । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର ।

ଅଭିଯୋଗକାରୀଙ୍କ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ଏହି ବଡ଼ ଠକେଇରେ ରଶ୍ମିରଞ୍ଜନ ଚୌଧୁରୀ , ସାଜିଥିଲେ ମାଷ୍ଟର ମାଇଣ୍ଡ। ବାଜାଜ ଫାଇନାନ୍ସ ର କର୍ମଚାରୀ ବିନୋଦ କୁମାର ସାହୁ ଙ୍କ ସହାୟତା ରେ ଆରମ୍ଭ ହୋଇଥିଲା ଏହି ଠକେଇର ଚକ୍ରବ୍ୟୁହ ।

ଯେଉଁ ଥିରେ ୫୬ ଜଣ ସାଧାରଣ ଲୋକ ଠକେଇ ର ଶିକାର ହୋଇଥିଲେ। ଏହି ଘଟଣା ର ତଦନ୍ତ କରି ପୋଲିସ ବିନୋଦ କୁମାର ସାହୁ , ଅଙ୍କିତ ଜେନା , ସତ୍ୟନାରାୟଣ ମହାରଣା ଙ୍କୁ ଗିରଫ କରିଥିବା ବେଳେ ଠକେଇ ର ମୁଖ୍ୟ ମାଷ୍ଟର ମାଇଣ୍ଡ ରଶ୍ମି ରଞ୍ଜନ ଚୋଧୁରୀ ଏ ପର୍ଯ୍ୟନ୍ତ ଫେରାର ଅଛନ୍ତି। ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରଶ୍ମିରଞ୍ଜନ ଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରାଯାଉଛି।

ତଦନ୍ତରେ ପୋଲିସ ଦ୍ବାରା ଅଭିଯୋଗ କାରୀ ଙ୍କ ଆଧାର କାର୍ଡ , ପ୍ୟାନ କାର୍ଡ , ବ୍ୟାଙ୍କ ପାସବୁକ ଓ ପପୁ ଆଣ୍ଡ ଅର୍ପିତା ଏଣ୍ଟରପ୍ରାଇଜେସ ନାମରେ ନକଲି ଇନଭଏସ ବାଜାଜ ଫାଇନାନ୍ସ ଅଫିସ ରୁ ଜବତ କରିଛି। ପୋଲିସ ପକ୍ଷରୁ ଏହି ବଡ଼ ଠକେଇ ର ଅଧିକ ଛାନବିନ ଜାରି ରହିଛି।