ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ଘଟଣା, ଚାରି ଜଣ ଗିରଫ

ଭୁବନେଶ୍ୱର :  ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳି କରି ହତ୍ୟା ଘଟଣାରେ ଚାରି ଜଣ ଗିରଫ ।  ଛ’ ବର୍ଷ ତଳର ଜମିଜମା ବିବାଦ ପାଇଁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି । ମୁଖ୍ୟ ଅଭିଯୁକ୍ତର ବାପା ଓ ଭାଇକୁ ଗିରଫ କରିଛି ପୋଲିସ । ବାପା ସୁକାନ୍ତ ପ୍ରଧାନ ଓ ଭାଇ ଶୁଭେନ୍ଦୁ ପ୍ରଧାନକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ବନ୍ଧୁକ ଯୋଗାଇଥିବା ଦୁଇ ଦଲାଲ ମଧ୍ୟ ଗିରଫ ହୋଇଛନ୍ତି । ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁ ବନ୍ଧୁକ ଯୋଗାଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।ଏସିପି ଜୋନ ୩ ତାପସ ଚନ୍ଦ୍ର ପ୍ରଧାନଙ୍କ ପ୍ରେସ ମିଟରେ ଏହି ତଥ୍ୟ ଦେଇଛନ୍ତି ।

Also read :୧୦ ଲକ୍ଷ ଟଙ୍କାର କଫ ସିରଫ ଜବତ, ୨୦ ଗିରଫ