ନିଟ ପରୀକ୍ଷା ପୂର୍ବରୁ ୪ ଦଲାଲ ଗିରଫ, ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକୁଥିଲେ

ଭୁବନେଶ୍ୱର : ନିଟ ପରୀକ୍ଷା ପୂର୍ବରୁ ୪ ଜଣଙ୍କୁ ଗିରଫ କରିଛି ସ୍ପେଶଲ୍ କ୍ରାଇମ୍ ୟୁନିଟ । ଭୁବନେଶ୍ୱର ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪ ଆନ୍ତ ରାଜ୍ୟ ଠକ ଗିରଫ ହୋଇଛନ୍ତି । ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି । ଏଥିସହିତ ୯୦ ଲକ୍ଷ ଟଙ୍କାର ଚେକ୍ ଜବତ ହୋଇଛି । ସେହିଭଳି ଏକ ବ୍ଲାଙ୍କ ଚେକ୍ ମଧ୍ୟ ରହିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ ।
ସୂଚନା ଅନୁସାରେ ଘରୋଇ ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଆଶାୟୀ ଛାତ୍ରଛାତ୍ରୀଙ୍କଠୁ ନେଇଥିଲେ ଟଙ୍କା । ଅସଲି ପରୀକ୍ଷାର୍ଥୀ ବଦଳରେ ନକଲି ପରୀକ୍ଷାର୍ଥୀ ବସାଇବାକୁ କହି ଟଙ୍କା ନେଇଥିଲେ । ଦୁଇଜଣ ଓଡ଼ିଶାର ଥିବା ବେଳେ ଜଣେ ଲେଖାଏଁ ଝାଡ଼ଖଣ୍ଡ ଏବଂ ବିହାରର ରହିଛନ୍ତି । ସମ୍ଭବତଃ ଏମାନେ ଲୋକଙ୍କୁ ଚିଟ କରିଥାଇ ପାରନ୍ତି । ତମାମ କଡା ପଦକ୍ଷେପ ସତ୍ତ୍ୱେ ଏପରି କେମିତି ଯୋଜନା କରିଥିଲେ ସେନେଇ ତଦନ୍ତ କରୁଛି ପୋଲିସ । ଛାତ୍ରଛାତ୍ରୀ ମାନଙ୍କୁ ଏହା ମାଧ୍ୟମରେ ଚେତାଇ ଦେଇଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ।
ଆହୁରି ପଢ଼ନ୍ତୁ : ବାଲେଶ୍ଵର ଏସଡିଜେଏମଙ୍କ କୋର୍ଟରେ ମନମୋହନ ସାମଲ, ରାଜା ଚକ୍ରର ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା କଲେ ଦାୟର