ହଠାତ୍ ବଢିଗଲା ଜଳସ୍ତର! ମହାନଦୀ ମଝିରେ ଫସିଗଲେ ଚାରି ଗାଈ ଜଗୁଆଳି
ବାଙ୍କୀ (କେନ୍ଯୁଜ୍): ମହାନଦୀ ମଝିରେ ଫସି ରହିଥିଲେ ବାଙ୍କୀ ବ୍ଲକ ରତାଗଡ଼ ପଞ୍ଚାୟତର ଚାରି ଜଣ ଗାଈ ଜଗୁଆଳି । ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଲଗାଣ ବର୍ଷା ଯୋଗୁ ମହାନଦୀରେ ପାଣି ସ୍ତର ବୃଦ୍ଧି ପାଇଥିଲା ।
ଫଳରେ ଫେରପାରିନଥିଲେ ଜଗୁଆଳି । କିଛି ଗାଇ ନଦୀରେ ଭାସିଯାଇଥିବା ଜଣାପଡିଛି । ତେବେ ଦିନ ୧୧ ଟାରୁ ଜଣାଇଥିଲେ ମଧ୍ୟ ଅଗ୍ନିଶମ ବାହିନୀ ସଂଧ୍ୟା ୪ଟାରେ ଆସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।