ଜଙ୍ଗଲରୁ ଉଦ୍ଧାର ହେଲା ୪ ଦିନର ଶିଶୁକନ୍ୟା, ଚାଇଲଡ୍‌ ଲାଇନ୍‌କୁ ହସ୍ତାନ୍ତର

କୁଚିଣ୍ଡା : ଜଙ୍ଗଲ ଭିତରୁ ଉଦ୍ଧାର ହେଲା ୪ ଦିନର ଶିଶୁ କନ୍ୟା । ଅମାନବିକତା ଦେଖାଇ ନବଜାତଟିକୁ କେହି ଛାଡ଼ି ଦେଇଯାଇଥିଲା । ସମ୍ବଲପୁର ଜମନକିରା ବ୍ଲକ ଭାତପୁରା ଗାଁର ଏକ ଦମ୍ପତି ନିକଟସ୍ଥ ଜଙ୍ଗଲରୁ ଶିଶୁ କନ୍ୟାଟିକୁ ପାଇଥିଲେ । ସେମାନେ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଭୋଜପୁରର ଜଣେ ଡାକ୍ତରଙ୍କ ନିକଟକୁ ନେଇଥିଲେ । ତେବେ ଡାକ୍ତରଏକଥା ଜାଣିବା ପରେ ଶିଶୁଟିକୁ ରଖିବା ବେଆଇନ ବୋଲି ସେହି ଦମ୍ପତିଙ୍କୁ ବୁଝାଇବା ସହ ନିଜେ କୁଚିଣ୍ଡା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ।

ସୂଚନା ପାଇବା ପରେ ଚାଇଲ୍ଡ ଲାଇନ ଟିମ୍ ଲିଡର ତୃପ୍ତିମୟୀ ଦାସ ପହଂଚି ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ କୁଚିଣ୍ଡା ହସପିଟାଲକୁ ଆଣିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚାଇଲ୍ଡ ଲାଇନ କର୍ମକର୍ତ୍ତାମାନେ ଶିଶୁକୁ ସମ୍ବଲପୁର ନେଇ ସେଠାରେ ଶିଶୁ ସୁରକ୍ଷା ସମିତି କୁ ହସ୍ତାନ୍ତର କରିଛନ୍ତି । ତେବେ କିଏ ଓ କେଉଁ ପରିସ୍ଥିତିରୁ ଶିଶୁଟି ଜଙ୍ଗଲୁ ଆସିଲା ତାହା ଜଣା ପଡ଼ିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.