ବାରଙ୍ଗ ଅଞ୍ଚଳରେ ସୁନା ସଫା ବାହାନାରେ ଲୁଟୁଥିବା ସନ୍ଦେହରେ ଚାରିଜଣ ଅଟକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅନେକ ଦିନ ପରେ ପୁଣି ସାମ୍ନାକୁ ଆସିଲା ସୁନା ଧୋଇବା ବାହାନାରେ ସୁନା ଲୁଟ କରୁଥିବା ଲୁଟେରା । ଆଜି ନନ୍ଦନକାନନ ଥାନା ଅଂଚଳରେ ଦେଖିବାକୁ ମିଳିଛି ଏହିଭଳି ଘଟଣା । ପୋଲିସ ଠାରୁ ମିଳିଥିବା ଖବର ଅନୁସାରେ , ଏହି ଲୁଟେରାମାନେ ବିଭିନ୍ନ ଗାଁକୁ ଯାଇ ଅନେକ ଦିନ ହେଲା ଲୋକଙ୍କ ସୁନା ସଫା କରିବା ବାହାନା ରେ ସେମାନଙ୍କ ସୁନା ନେଇ ଫେରାର ହୋଇଯାଉଥିଲେ । ଲୋକମାନେ ଏମାନଙ୍କ ଟେର ପାଇ ପାରୁନଥିଲେ କି ପୋଲିସ ମଧ୍ୟ ପତ୍ତା ଲଗାଇ ପାରୁନଥିଲା । କାରଣ ପୋଲିସକୁ ଲୋକମାନେ ଉପଯୁକ୍ତ ପ୍ରମାଣ ଦେଇ ପାରୁନଥିଲେ ।

ତେବେ ଆଜି ଏହି ଲୁଟେରାମାନେ ନନ୍ଦନକାନନ ଥାନା ଅଂଚଳ ଘାଓ୍ଵା ଗାଁରେ ଜଣଙ୍କ ଘରକୁ ଯାଇଥିବା ସମୟରେ ଲେକେ ସନ୍ଦେହ କରିଥିଲେ । ଏହାପରେ ସେମାନଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ । ପରେ ପିସିଆର ଆସି ସେମାନଙ୍କୁ ନନ୍ଦନକାନ ଥାନା ପୋଲିସ ଜିମା ଦେଇଥିଲା । ପୋଲିସ୍‌ ସେମାନଙ୍କୁ ଥାନାରେ ରଖି ପଚରା ଉଚରା କରୁଛି ।

ଏହି ଲୁଟେରାମାନେ ତିନି ଚାରିଜଣ ସାଙ୍ଗ ହୋଇ ଆସନ୍ତି । ଜଣେ ସଫା କରିବା ପାଇଁ ବସିଯାଏ ଓ ଅନ୍ୟମାନେ ଓଜନ କରି ଲେଖାଲେଖି କରିବା ବାହାନା କରନ୍ତି । ଏହି ସମୟରେ ଅସଲ ଜିନିଷକୁ ବ୍ୟାଗରେ ରଖି ଚମ୍ପଟ ମାରନ୍ତି । ଏଭଳି ଠକଙ୍କୁ ସାବଧାନ୍‌ ରହିବାକୁ ପୋଲିସ୍‌ ପରାମର୍ଶ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.