ମାଲକାନଗିରିରେ ଲଗାଣ ବର୍ଷା : ପାଙ୍ଗାମ ପୋଲ ଉପରେ ୪ ଫୁଟର ପାଣି

ମାଲକାନଗିରି (କେ ନ୍ଯୁଜ୍) : ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁ ମାଲକାନଗିରି-ଜୟପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଙ୍ଗାମ ପୋଲ ଉପରେ ୪ ଫୁଟର ପାଣି ଚାଲୁଛି । ଫଳରେ ପୋଲର ଉଭୟ ପାର୍ଶ୍ୱରେ ଗାଡି ମୋଟର ସବୁ ଅଟକି ରହିଛି । ବର୍ଷା ଲାଗି ରହିଥିବାରୁ ଯାତ୍ରୀମାନେ ନାହିଁନଥିବା ସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷାରେ ପାଙ୍ଗାମା ନଦୀରେ ଜଳସ୍ତର ବଢିବାରେ ଲାଗିଛି ।