ପୁରୀରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ୪ ଜଣିଆ ଟିମ୍ , ଶ୍ରୀଜଗନ୍ନାଥ ଗ୍ରୀନ୍ ଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ସମୀକ୍ଷା

ପୁରୀ : ପୁରୀରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ୪ ଜଣିଆ ଟିମ୍ । ସିପସରୁବାଲି ମୌଜାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ୍ ଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ସମୀକ୍ଷା କରିଛନ୍ତି । ଏୟାରପୋର୍ଟ ପାଇଁ ଆବଶ୍ୟକୀୟ ୧୧ଶହ ୬୪ ଏକର ଜମି ମଧ୍ୟରୁ ୬୮ ଏକର ଜଙ୍ଗଲ ଜମି ରହିଛି । ପରିବେଶ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ବିମାନବନ୍ଦର କାର୍ଯ୍ୟ ଆରମ୍ଭ ହେବ । ଏହା ମଧ୍ୟରେ ୨୨୧ ଏକର ପ୍ରାଇଭେଟ୍ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଆସନ୍ତା ସପ୍ତାହରେ ଜମି ଅଧିଗ୍ରହଣ ନେଇ ଷଣ୍ଢପୁର ମୌଜାରେ ଜନଶୁଣାଣି ରହିଛି ।